Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗର ଚଢଉ, ବେଆଇନ ଭାବେ ମଦ ବିକ୍ରୀକରୁଥିବା ସମୟରେ ୪ଗିରଫ,୧୫୫ଲିଟର ମଦ ଜବତ ।

ଅବକାରୀ ବିଭାଗର ଚଢଉ, ବେଆଇନ ଭାବେ ମଦ ବିକ୍ରୀକରୁଥିବା ସମୟରେ ୪ଗିରଫ,୧୫୫ଲିଟର ମଦ ଜବତ ।

193

ମାଲକାନଗିରି,୨୫ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ଭୂତାଣୁ ମହାମାରୀ ରେ ଡହଳ ବିକଳ ହେଉଥିବା ବେଳେ ମାଲକାନଗିରି ଜିଲ୍ଲା ମାଥିଲି ଅଚଂଳରେ କିଛି ଚୋରାବେପାରୀ ଘର ଘରବୁଲି ବେଆଇନ ଭାବେ ଦେଶୀ ମଦ ବିକ୍ରୀ କରୁଥିବାରଲୋକ ଲୋଚନକୁ ଆସିଛି । ଆଜି ଏହି ଖବର ଜାଣିବା ପରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରୀ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ମାଥିଲି ଅବକାରୀ ଥାନା ଅଧିକାରୀ ତିରୁପତି ପଣ୍ଡା,ଅବକାରୀ ଏଏସଆଇ ରାଜୁଖିତି,ଅମର ମହାପାତ୍ର ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀ ମାନେ ମାଥିଲି , ଆମ୍ବାଗୁଡା, ମୁଣ୍ଡାଗୁଡା,ଦଳପତି ଗୁଡା ଗ୍ରାମ ଉପରେ ଚଢଉ କରି ୪ଜଣ ଙ୍କୁ ଗିରଫ କରିବାସହିତ ସେମାନଙ୍କ ନିକଟରୁ ୧୫୫ଲିଟର ଦେଶି ମଦ ପାଉଚ ଜବତ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ମାଥିଲି ଥାନାସ୍ଥ ଆମ୍ବାଗୁଡା ଗ୍ରାମର ଅର୍ଜୁନ ଗୌଡ,ମୁଣ୍ଡାଗୁଡା ଗ୍ରାମର ବାବୁଲା ଗୌଡ,ଦଳପତି ଗୁଡା ଗ୍ରାମର ବୁଦ୍ରାଦଳପତି,ମାଥିଲି ଗ୍ରାମର ମୁକେଶ ପ୍ରସାଦ ଗୁପ୍ତା ବୋଲି ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.