Home ଜିଲ୍ଲା ପରିକ୍ରମା ମିଳୁନି ଗୃହନିର୍ମାଣ ଚୂଡାନ୍ତ ବିଲ, ୨ ବର୍ଷ ହେଲା ପ୍ରତୀକ୍ଷାରେ ହିତାଧିକାରୀ

ମିଳୁନି ଗୃହନିର୍ମାଣ ଚୂଡାନ୍ତ ବିଲ, ୨ ବର୍ଷ ହେଲା ପ୍ରତୀକ୍ଷାରେ ହିତାଧିକାରୀ

30

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ବିରୋଳି ଗ୍ରାମ ଦଳିତସାହିର ବିଜୁପକ୍କାଗୃହ ହିତାଧିକାରୀ ନିରଞ୍ଜନ ଯେନାଙ୍କୁ ଚୁଡାନ୍ତ ବିଲ ପୈଠ କରାଯାଉନଥିବା ଅଭିଯୋଗ ହୋଇଛି। ୨୦୧୯ ଫେବୃୟାରୀ ୨୩ ତାରିଖରେ କାର୍ଯ୍ୟାଦେଶ ସଂଖ୍ୟା ୭୨ ଅନୁଯାୟୀ ଶ୍ରୀ ଯେନାଙ୍କୁ ବିଜୁପକ୍କାଗୃହ ନିର୍ମାଣ ନିମନ୍ତେ ପ୍ରଦାନ କରାଯାଇ ଅଗ୍ରୀମ ୨୦ ହଜାର ଟଙ୍କା ମଧ୍ୟ ବ୍ୟାଙ୍କ ଜମାଖାତା ଯୋଗେ ଦିଆଯାଇଥିଲା। ବିଭିନ୍ନ ପର୍ଯ୍ୟାୟରେ ଗୃହ ନିର୍ମାଣ କରି ୨୦୨୦ ଫେବୃୟାରୀ ମାସରେ ଛାତ ପଡିଥିଲା। ଏହାସହ ଚୁଡାନ୍ତ ବିଲ୍ ପୈଠ ପାଇଁ ଆବେଦନ କରାଯାଇଥିଲା। ମାତ୍ର ଚୁଡାନ୍ତ ବିଲ୍ ପୈଠ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରାଯାଇଥିଲା। ଫଳରେ ଗତ ୨ ବର୍ଷ ହେବ ଶ୍ରୀ ଯେନା ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁ ଥିବା ବେଳେ ବିଲ ପୈଠ କରାଯାଉ ନାହିଁ। ବିଜୁପକ୍କାଘର ପାଇଁ ଉଦ୍ଦିଷ୍ଟ ଯୋଜନାରେ ଅର୍ଥ ନଥିବାରୁ ବିଲ ପୈଠ କରାଯାଉ ନାହିଁ ବୋଲି କାରଣ ଭାବେ ଦର୍ଶାଯାଉଛି। ମାତ୍ର ଏଭଳି ଯୁକ୍ତିକୁ ହାସ୍ୟାପ୍ସଦ ବୋଲି ପ୍ରକାଶ କରିଛନ୍ତି ଶ୍ରୀ ଯେନା। ଅର୍ଥ ବ୍ଲକକୁ ଆସିଲେ କାର୍ଯ୍ୟାଦେଶ ଦିଆଯାଇଥାଏ। ପୁଣି ଅର୍ଥ ନାହିଁ ବୋଲି ସଫେଇ ଦିଆଯିବକ୍କାରଣ ଯୁକ୍ତିଯୁକ୍ତ ନୁହେଁ ବୋଲି ଶ୍ରୀଯେନା କହିଛନ୍ତି। ଅବିଳମ୍ବେ ବିଜୁ ପକ୍କା ଗୃହ ବିଲ ପୈଠ କରାଯିବାକୁ ବ୍ଲକ ପ୍ରଶାସନ ନିକଟରେ ଶ୍ରୀ ଯେନା ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.