Home ଜିଲ୍ଲା ପରିକ୍ରମା କଡାପୁଲିସ ସୁରକ୍ଷା ମଧ୍ୟରେ ରାଜ୍ୟପାଳଙ୍କ ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

କଡାପୁଲିସ ସୁରକ୍ଷା ମଧ୍ୟରେ ରାଜ୍ୟପାଳଙ୍କ ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

197

ମାଲକାନଗିରି,୨୧ା୧୦ (ଓଡିଆ ପୁଅ ) ମହାମହିମ ରାଜ୍ୟପାଳଙ୍କ ମାଲକାନଗିରି ଜିଲ୍ଲା ଗସ୍ତକାର୍ଯ୍ୟକ୍ରମ କଡାପୁଲିସ ସୁରକ୍ଷା ମଧ୍ୟରେ ଆଜି ଶେଷହୋଇ ଯାଇଛି । ଆଜି ସକାଳେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଓଡିଶାର ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ବିଏସଏଫ କ୍ୟାମ୍ପ ହେଲିପ୍ୟାଡରେ ରେ ଅବତରଣ କରିଥିଲେ । ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଏସପି ରିଶିକେଶ ଖିଲରୀ ଡି,ବିଏସଏଫ ଅଧିକାରୀ ମାନେ ରାଜ୍ୟପାଳଙ୍କୁ ପୁସ୍ପଗୁଚ୍ଛଦେଇ ସ୍ୱାଗତ ଜଣାଇ ବିଏସଏଫ କ୍ୟାମ୍ପ ଅତିଥି ଭବନକୁ ପାଛୋଟି ନେଇଥିଲେ । ରାଜ୍ୟପାଳ ଶ୍ରୀ ଲାଲ ସଡକ ପଥରେ ଚାଲାଣଗୁଡା ପଚାଂୟତସ୍ଥ ଆଦିବାସୀ ଅଧ୍ୟୁଷିତ ଚମ୍ପାନଗର ଠାରେ ଅବସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ପରିସରରେ ନୂତନ ଭାବେ ପ୍ରତିଷ୍ଟିତ ବିଦ୍ୟାଦାତା ଶ୍ରୀ ଗଣେଶ ଙ୍କ ବିରାଟକାୟ ପ୍ରତି ମୂର୍ତିକୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିସରରେ ରାଜ୍ୟପାଳ ବିଭିନ୍ନ ଔଷଧୀୟ ବୃକ୍ଷରୋପଣ କରିବା ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଓଡିଶୀ,ଗୁଜୁରାଟୀ,ଆସମର ବିହ୍ୟୁ ଓ ଆଦିବୀସୀଙ୍କ ଢେମସା ନୃତ୍ୟର ତାଳେତାଳେ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାସ୍ଥଳକୁ ପୋଛୋଟି ନେଇଥିଲେ । ସଭାସ୍ଥଳରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀକୁ ରାଜ୍ୟପାଳ ଶ୍ରୀ ଲାଲ ଉଦଘାଟନକରି ଛାତ୍ର ଛାତ୍ରୀଙ୍କୁ ଅଟୋଗ୍ରାଫ ଦେବାପରେ ସଭାସ୍ଥଳକୁ ଯାଇ ଅଭିଭାଷଣ ଦେଇଥିଲେ । ତାଙ୍କ ଭାଷଣରେ କହିଥିଲେ ଓଡିଶା ହେଉଛି ଏକ ଆଧ୍ୟାତ୍ମିକ ଓ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ଧାମ, ସମଗ୍ର ବିଶ୍ୱବାସୀଙ୍କୁ ସେ ଆପଣାର କରି ସମସ୍ତ ମାନବ ସମାଜଙ୍କୁ ସୁଖଶାନ୍ତି ଦେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାହେଉଛି ପୁରାଣବଣ୍ଣ ର୍ୀତ ମାଲ୍ୟବନ୍ତଗିରୀ , ଏଠାକାର ଅଧିବାସୀ ବହୁତ ସରଳ ଓ ନିସ୍କପଟ , ସେମାନେ ପ୍ରକୃତିର କୋଳରେ ଆନନ୍ଦରେ ରହିଛନ୍ତି । ଆଜିର ଶିଶୁ କାଲିର ନାଗରିକ,ଶିଶୁ ହସିଲେ ସଂସାର ହସିବ,ଆମେ ସବୁ ପ୍ରକୃତିର ଶନ୍ତାନ ପ୍ରକୃତିକୁ ଭଲପାଇବା ଆମର କର୍ତବ୍ୟ,ମହାଭାରତର ଯୋଦ୍ଧା ଏକଲବ୍ୟ ଓ ବିଭିନ୍ନ ମହାପୁରଷ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଲପାଠପଢି ଜଣେ ଆଦର୍ଶବାଦି ମଣିଷ ହୋଇ ଦେଶର ନାମରଖ ବୋଲି କହିଥିଲେ ।

ସଭାପ୍ରାରମ୍ଭରେ ରାଜ୍ୟପାଳ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପପ୍ରଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ସ୍ୱତନ୍ତ୍ରସଚିବ ମଧୁସୁଦନପାଢି,ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ, ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଏସପି ରିଶିକେଶ ଖିଲାରୀ ଡି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଉକ୍ତ ମଚଂରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲକୁମାର ପଣ୍ଡା ପ୍ରାରମ୍ଭିକ ସୁଚନା ଓ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧି ନାୟକ ମଚଂପରିଚାଳନା କରିଥିଲେ । ସଭାକାର୍ଯ୍ୟ ସମାପ୍ତ ହେବା ପରେ ରାଜ୍ୟପାଳ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ କୋରାପୁଟ କୁ ଫେରି ଯାଇଛନ୍ତି । ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ପିଏ ଆଇଟିଡିଏ କ୍ଷୀରାଦ୍ଧିବେହେରା,ଆଇଟିଡିଏ ସହକାରୀ ଯନ୍ତ୍ରୀ ରବିନାରାୟଣ ସାହୁ,ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦିପ୍ତକୁମାର ପଣ୍ଡ.ପୌରପରିଷଦ ନିର୍ବାହି ଅଧିକାରୀ ଡି ନିଳକଠଂ ନାଇଡୁ ଓ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଏକଲବ୍ୟ ଆଦର୍ଶବିଦ୍ୟାଳୟ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାଜ୍ୟପାଳ ପ୍ରଫେସର ଶ୍ରୀ ଯୁକ୍ତ ଗଣେଶୀ ଲାଲ ମାଲକାନଗିରି ଜିଲ୍ଲାକୁ ଗସ୍ତରେ ଆସିଥିବାରୁ ଜିଲ୍ଲାପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସହକାରୀ ଏସପି ଉଦ୍ଧବଚରଣ ନାୟକ, ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ,ଅନ୍ୟାନ ଡିଏସପି,ଆଇଆଇସି, ଇନିସପେକ୍ଟର,ପୁଲିସ ଅଧିକାରୀ ମାନଙ୍କ ସହ ବିଏସଏଫ ଅଧିକାରୀ ମାନେ ବିଭିନ୍ନ ସ୍ଥାନରେ ମୂତୟନ ରହି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ରାଜ୍ୟପାଳ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାକୁ ଗସ୍ତ କରୁଥିବାରୁ ଜିଲ୍ଲାପୁଲିସ ପ୍ରଶାସନ ପକ୍ଷରୁ ଆନ୍ଦ୍ରପ୍ରଦେଶ, ଛତିଶଗଡ ରାଜ୍ୟ ସୀମାନ୍ତ ସିଲକରି ଯାନବାହନ ଜାଚଂ ସହ ବ୍ୟାପକ ଖାନତଲାସି, କମ୍ବିଂ ଓ ସର୍ଚ୍ଚ ଅରେସନ ସହ ଜିଲ୍ଲାରେ ହାଇଆଲର୍ଟ ଜାରି କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.