Home Top News କଟକଣା : ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ଶହେ ମିଟର ପରଧି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ...

କଟକଣା : ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ଶହେ ମିଟର ପରଧି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ, ତିନିଶହ ମିଟର ଭିତରେ ଅନୁମତି ନେବା ଆବଶ୍ୟକ

70

ପୁରୀ-୨୯.୧୦ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ଶହେ ମିଟର ପରଧି ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରିବା ସମ୍ପୁର୍ଣ୍ଣ ନିଷିଦ୍ଧ। ସେହିପରି ତିନିଶହ ମିଟର ଭିତରେ କୌଣସି ନିର୍ମାଣ କାର୍ଯ୍ୟ କରିବାକୁ ହେଲେ ନେସନାଲ ମୋନୁମେଣ୍ଟ ଅଥରୀଟି ଏନଏମଏ ର ଅନୁମତି ନେବା ଆବଶ୍ୟକ ରହିଛି। ଜାତୀୟ କିର୍ତ୍ତିରାଜୀର ସୁରକ୍ଷା ପାଇଁ ଏନଏମଏ ପକ୍ଷରୁ ଏଭଳି ନିୟମ ଥିବା ବେଳେ ଶ୍ରୀମନ୍ଦି ଚତୁଃପାର୍ଶ୍ୱରେ ଥିବା କିଛି ବ୍ୟକ୍ତି ଏହାକୁ ଉଲ୍ଲଘଂନ କରିଛନ୍ତି। ଏନେଇ ଆଜି ଏଏସଆଇ ଓ ପିକେଡ଼ିଏ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯିବା ସହ ମାପଚୁପ କରାଯାଇଛି। ବେଆଇନ ନିର୍ମାଣ କରିଥିବା ବ୍ୟକ୍ତିବିଶେଷ ତୁରନ୍ତ ତାଙ୍କ ନିର୍ମାଣ କାର୍ଯ୍ୟ ଭାଙ୍ଗିବା ସହ ଆଗାମୀ ଦିନରେ ଏହି ନିୟମ ଉଲ୍ଲଂଘନ ନକରିବାକୁ ଏଏସଆଇ ପକ୍ଷରୁ ଚେତାବନୀ ଦିଆଯାଇଛି। ନଚେତ୍ ଜେଲ ଦଣ୍ତ ସହ ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। କେବଳ ଶ୍ରୀମନ୍ଦିର ନୁହେଁ ଐତିହ୍ୟ କିର୍ତ୍ତିରାଜୀ ରୂପେ ସ୍ଥାନ ପାଇଥିବା ଅଠରନଳାରେ ମଧ୍ୟ ଏହି ନିୟମ ଉଲ୍ଲଂଘନ ହୋଇଥିବା ଏଏସଆଇ ପକ୍ଷରୁ କୁହାଯାଇଛି। ଶ୍ରୀମନ୍ଦିର ଓ ଅଠରନଳା ଚତୁଃପାର୍ଶ୍ୱରେ ନିୟମ ଉଲ୍ଲଂଘନ କରି ନିର୍ମାଣ କାର୍ଯ୍ୟ କରିଥିବା ୬ ଜଣ ବ୍ୟକ୍ତିଙ୍କୁ ଏଏସଆଇ ପକ୍ଷରୁ ନୋଟିସ ହୋଇଛି। ଗାଣୁଆଚଉରା ଛକର ହରେକୃଷ୍ଣ ଖୁଣ୍ଟିଆ, ମାଟିମଣ୍ତପ ସାହିର ଅମୁଲ୍ୟ ପୂଜାପଣ୍ତା, ନବକଳେବର ରୋଡ଼ର ବ୍ରଜ ଜେନା, ବାଲି ସାହିର କିଶୋର ମହାପାତ୍ର, ବାଣୁଆ ସାହିର ରଘୁନାଥ ପୃଷ୍ଟି, କୁମ୍ଭାରପଡ଼ା ଅଞ୍ଚଳର ସୂର୍ଯ୍ୟ ପାଣିଗ୍ରାହୀଙ୍କୁ ଏନଏମଏ ର ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ କରିଥିବାରୁ ଏମାନଙ୍କୁ ଏଏସଆଇ ପକ୍ଷରୁ ନୋଟିସ କରାଯାଇଛି। ତେବେ ନିୟମ ଉଲ୍ଲଂଘନକାରୀ ନିଜର ଭୁଲ ସ୍ୱିକାର କରିଥିବା ବେଳେ ଆଗାମୀ ଦିନରେ ଏଭଳି ଭୁଲ ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରଶାସନକୁ ପ୍ରତିଶୃତି ଦେଇଛନ୍ତି।

ଶ୍ରୀମନ୍ଦିର ଐତିହ୍ୟ କରିଡ଼ୋରର ବିକାଶ କାର୍ଯ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିସାରିଥିବା ବେଳେ ବିସ୍ଥାପିତମାନେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ତେବେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ବାସିନ୍ଦାମାନେ ଘର ନିର୍ମାଣକୁ ନେଇ ଏନଏମଏ ର ଏଭଳି କଟକଣାକୁ ନେଇ ଏବେ ଅଡ଼ୁଆରେ ପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.