Home ଓଡ଼ିଶା  ପୋଖରୀ ରୁ ନବଜାତ ଶିଶୁ ର ମୃତଦେହ ଉଦ୍ଧାର

 ପୋଖରୀ ରୁ ନବଜାତ ଶିଶୁ ର ମୃତଦେହ ଉଦ୍ଧାର

53

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୯/୧୦-  ନୟାଗଡ ଜିଲ୍ଲା ରେ ଭ୍ରୁଣ ହତ୍ୟା ନେଇ ଚର୍ଚ୍ଚା ଏବେବି ଥମିନଥିବା ବେଳେ ଚାନ୍ଦପୁର ଥାନା ନାକିଠଣା ଜଙ୍ଗଲ ବିଟ୍ ଘର ନିକଟ ପୋଖରୀ ରେ ଏକ ନବଜାତ ଶିଶୁ ପୁତ୍ର ର ମୃତଦେହ ଭାସିବା ଘଟଣା ସମସ୍ତ ଙ୍କୁ ହତଚକିତ କରିଥିବା ଜଣାପଡିଛି । ଅକ୍ଟୋବର ୨୯ ତାରିଖ ସକାଳୁ କିଛି ଲୋକ ପୋଖରୀ କୁ ଶୈାଚ ପାଇଁ ଯାଇଥିବା ବେଳେ ଏକ ନବଜାତ ଶିଶୁ ର ମୃତଦହେ ଭାଷୁଥିବା ଦେଖିଥିଲେ ।  ଏ ସର୍ମ୍ପକେ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀରଞ୍ଜନ ଦାସ ଖବର ପାଇଁ ଘଟଣା ସ୍ଥଳ ରେ ପହଂଚି ଥିଲେ ।

ଶିଶୁର ମୃତଦେହ ପାଣି ଭିତରୁ ବାହାର କରିବା ପରେ ତାହା ଏକ ପୁତ୍ର ସନ୍ତାନ ବୋଲି ଜଣାପଡିଥିଲା । ନବଜାତ ଶିଶୁ ଟିର ନାହି ନାଡ ଲାଗିରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ଶିଶୁ ପୁତ୍ର ର ଶବ ଜବତ କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପଞ୍ଚନାମା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ଜଣାପଡିଛି । ଏହି ଅବାଞ୍ଛିତ ଶିଶୁ କୁ କିଏ ମାରି ଫିଙ୍ଗି ଦେଇଛି ସେ ସର୍ମ୍ପକେ ପୋଲିସ ତଦନ୍ତ ଜାରି ରଖିଛି । ଅଂଚଳ ରେ ଘଟଣା ଟି ଆଲୋଡନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.