Home Top News କେନ୍ଦ୍ର କୋଇଲା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ : ସୁନ୍ଦରଗଡରେ AIIMS ସ୍ୱଚ୍ଛ ଶକ୍ତି ସେସରେ...

କେନ୍ଦ୍ର କୋଇଲା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ : ସୁନ୍ଦରଗଡରେ AIIMS ସ୍ୱଚ୍ଛ ଶକ୍ତି ସେସରେ ୬୦ ପ୍ରତିଶତ ଅଂଶୀଦାର ପାଇଁ କଲେ ଦାବି

56
File Photo

– ଅନୁଗୁଳରେ ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟକ୍ଷମତା

ଭୁବନେଶ୍ୱର ୨୯-୧୦ (ଓଡ଼ିଆ ପୁଅ) କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ଆଲୋଚନା ସମୟରେ ସୁନ୍ଦରଗଡରେ AIIMS ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏବଂ ସୁନ୍ଦରଗଡରେ ୧୦୦ ଟି ସିଟ୍ ମେଡିକାଲ୍ କଲେଜ ପାଇଁ ଏକୀକୃତ କ୍ୟାମ୍ପସ୍ NTPC ଦ୍ୱାରା ସମାପ୍ତ ହୋଇଛି କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ତେବେ ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୂଚନାଯୋଗ୍ୟଯେ, ରାଜ୍ୟ ସରକାର ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

ସୁନ୍ଦରଗଡ ଦେଶକୁ ଶକ୍ତି ସୁରକ୍ଷା ଯୋଗାଇବାରେ ତଥା ଇସ୍ପାତ ଏବଂ ଲୁହାପଥର ଉତ୍ପାଦନ କ୍ଷେତ୍ରରେ ଜାତୀୟ ବିକାଶରେ ଓଡ଼ିଶାର ଅବଦାନ ବିଚାରକୁ ନେଇ ଏହି ଆଦିବାସୀ ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ପାଇଁ ଭାରତ ସରକାର ଆଗକୁ ଆସିବା ଉଚିତ। ତେଣୁ ସୁନ୍ଦରଗଡ଼ରେ ଏକ AIIMS ପ୍ରତିଷ୍ଠା ପାଇଁ ଓଡ଼ିଶାବାସୀ ଆଶା ରଖିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଅପର ପକ୍ଷରେ ତାଲଚେରରେ ଏମସିଏଲ ମେଡିକାଲ କଲେଜ ଆଣ୍ଡ ହସପିଟାଲର ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏଠାଠାରେ ଦୀର୍ଘ ଦିନରୁ ଭିତ୍ତିଭୂମି ପ୍ରସ୍ତୁତ ଅଛି। ଏହି ୫୦୦ ଶଯ୍ୟା ବିଶିଷ୍ଟ ଏବଂ ୧୦୦ ସିଟ୍‌ ଥିବା ମେଡ଼ିକାଲ କଲେଜ ମୁଖ୍ୟତଃ ଢେଙ୍କାନାଳ ଏବଂ ଅନୁଗୁଳର ଲୋକଙ୍କୁ ଉପକୃତ କରିବ।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଶକ୍ତି ସେସ ପ୍ରସଙ୍ଗ ଉଠାଇ ଓଡିଶାରୁ ସଂଗୃହୀତ ସେସରେ ସର୍ବନିମ୍ନ ୬୦ ପ୍ରତିଶତ ଅଂଶଧନ ଓଡ଼ିଶା ସହ ଭାଗିଦାରୀ କରିବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି। ୨୦୨୦-୨୧ ମସିହାରେ ଓଡିଶା ୧୫୩.୮୫ ନିୟୁତ ଟନ୍ କୋଇଲା ଉତ୍ପାଦନ କରି ଦେଶର ଉତ୍ପାଦନର ୨୫% ଯୋଗଦାନ ଦେଇଥିଲା। ଭାରତ ସରକାର ଟନ୍ ପିଛା ସ୍ୱଚ୍ଛ ଶକ୍ତି ସେସ୍ @ ୪୦୦ ଟଙ୍କା ସଂଗ୍ରହ କରନ୍ତି ଯାହାର ପରିମାଣ ୫୦ ହଜାର କୋଟିରୁ ଅଧିକ ଅଟେ। ଏହିପରି ୬୦ ପ୍ରତିଶତ ସେସ ଓଡିଶାକୁ ୩୦ ହଜାର କୋଟି ଟଙ୍କା ଓଡ଼ିଶାକୁ ମିଳିଲେ କୋଇଲା ଖଣି ଅଞ୍ଚଳ ତଥା ପ୍ରଭାବିତ ଲୋକଙ୍କ ଆର୍ଥିକ ବିକାଶ ପାଇଁ ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ କୋଭିଡ ପରିସ୍ଥିତି ପରେ ଏହା ଓଡିଶାର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆଲୋଚନା ସମୟରେ କେନ୍ଦ୍ର ରେଳ ବିଭାଗ, କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ରାଓ ସାହେବ ପାଟିଲ ଦାନଭେ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.