Home ଜିଲ୍ଲା ପରିକ୍ରମା ଆର.ଡ଼ି.ସି.ଙ୍କ ଭଦ୍ରକ ଗସ୍ତ, ପରିଦର୍ଶନ କଲେ ନିର୍ବାଚନୀ ପ୍ରଶିକ୍ଷଣ କେନ୍ଦ୍ର, ବ୍ଲକ୍ ସ୍ତରରେ ଆରମ୍ଭ ହୋଇଥିବା...

ଆର.ଡ଼ି.ସି.ଙ୍କ ଭଦ୍ରକ ଗସ୍ତ, ପରିଦର୍ଶନ କଲେ ନିର୍ବାଚନୀ ପ୍ରଶିକ୍ଷଣ କେନ୍ଦ୍ର, ବ୍ଲକ୍ ସ୍ତରରେ ଆରମ୍ଭ ହୋଇଥିବା ପୋଲିଂ ଦଳଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

7

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ରେ ମତଦାନ କାର୍ଯ୍ୟକ୍ରମ ପରିଚାଳନା ନେଇ ନିୟୋଜିତ ହୋଇଥିବା ପ୍ରିଜାଇଡ଼ିଂ ଓ ପୋଲିଂ ଅଧିକାରୀ ମାନଙ୍କ ପାଇଁ ମାର୍ଚ୍ଚ ୧୫ ରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୋଗ ରଞ୍ଜନ କୁମାର ଦାସ ଦିନିକିଆ ଭଦ୍ରକ ଗସ୍ତରେ ଆସି ବିଭିନ୍ନ ପ୍ରଶିକ୍ଷଣ୍ କେନ୍ଦ୍ର, ଏବଂ ଇ.ଭି.ଏମ୍‌. ଷ୍ଟ୍ରଙ୍ଗରୁମ୍ ପରିଦର୍ଶନ କରିଛନ୍ତି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସହିତ ପ୍ରଥମେ ଜିଲ୍ଲା କାର୍ଯ୍ୟାଳୟର ନିର୍ବାଚନ ଅନୁଭାଗକୁ ଯାଇ ଜିଲ୍ଲା ପ୍ରଶାସନର ନିର୍ବାଚନୀ ପ୍ରସ୍ତୁତି ନେଇ କିଛି ତଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ନିଶୁକ୍ଳ ଯୋଗାଯୋଗ ନଂ ୧୯୫୦ ର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ । ପରେ ପରେ ଜିଲ୍ଲାପାଳଙ୍କ ସହ ଭଦ୍ରକ କଲେଜ ପରିସରରେ ଥିବା ଇ.ଭି.ଏମ୍‌. ଷ୍ଟ୍ରଙ୍ଗରୁମ୍ ପରିଦର୍ଶନ କରିବା ସହିତ ସେଠାରେ ଆୟୋଜିତ ହେବାକୁ ଥିବା ଡିସ୍‌ପରସାଲ ଏବଂ ରିସିଭିଂ କେନ୍ଦ୍ର ତଦାରଖ କରି ଆବଶ୍ୟକ ବ୍ୟବସ୍ଥା ସମ୍ବନ୍ଧରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଭଦ୍ରକ ବ୍ଲକ୍ ସ୍ତରରେ ପ୍ରିଜାଇଡ଼ିଂ ଓ ପୋଲିଂ ଅଧିକାରୀମାନଙ୍କ ପାଇଁ ଚାଲୁ ରହିଥିବା ପ୍ରଶିକ୍ଷଣ କେନ୍ଦ୍ର ଗସ୍ତ କରି ପରିଦର୍ଶନ କରି ପ୍ରଶିକ୍ଷାର୍ଥୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ମତଦାନ କାର୍ଯ୍ୟ ପରିଚାଳନା ସମ୍ପାଦନ କ୍ଷେତ୍ରରେ ପୋଲିଂ ଦଳର ପ୍ରତି ଅଧିକାରୀ ମାନଙ୍କର କାର୍ଯ୍ୟ ଦକ୍ଷତା ଓ ନିରପେକ୍ଷତା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଆର.ଡ଼ି.ସି. ଶ୍ରୀଯୁକ୍ତ ଦାସ ପ୍ରଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ । ସଠିକ ପ୍ରଶିକ୍ଷଣ ଦ୍ୱାରା ହିଁ ନିର୍ବାଚନ ଶୃଙ୍ଖଳିତ, ଅବାଧ ଓ ସ୍ୱଚ୍ଛ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ଗଡ଼ନାୟକ, ଡେପୁଟୀ କଲେକ୍ଟର ନିର୍ବାଚନ ସାଗରିକା ସାହୁ ପ୍ରମୁଖ ତାଙ୍କ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.