Home ଓଡ଼ିଶା କଂଗ୍ରେସର ଭାରତ ବଞ୍ଚାଅ ରାଲି : ପ୍ରିୟଙ୍କା ଗାନ୍ଧୀ କହିଲେ – ଚୀନ ପରି ବଢ଼ୁଥିଲା...

କଂଗ୍ରେସର ଭାରତ ବଞ୍ଚାଅ ରାଲି : ପ୍ରିୟଙ୍କା ଗାନ୍ଧୀ କହିଲେ – ଚୀନ ପରି ବଢ଼ୁଥିଲା ଅର୍ଥ ବ୍ୟବସ୍ଥା, କିନ୍ତୁ ଏବେ ବର୍ବାଦ

470

ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ୍, ଅର୍ଥବ୍ୟବସ୍ଥାର ସୁସ୍ଥ ଗତି, ବଢ଼ୁଥିବା ବେରୋଜଗାରୀ ଏବଂ ଚାଷୀଙ୍କର ସମସ୍ୟା ପରି ଅନେକ ବିଷୟକୁ ନେଇକରି କଂଗ୍ରେସ ମୋଦୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି କ୍ରମରେ କଂଗ୍ରେସ ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ‘ଭାରତ ବଞ୍ଚାଅ’ ରାଲି ଆୟୋଜନ କରିଛି। ଏହି ରାଲିକୁ ସଂବୋଧିତ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରିୟଙ୍କା।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି,”ଆମେ ଦେଶକୁ ବଞ୍ଚାଇବାକୁ ଚାହୁଁ, ଏ ଦେଶ ପ୍ରେମ ଏବଂ ଭାଇଚାରର ଦେଶ। ଏହି ଦେଶର ସ୍ଵତନ୍ତ୍ରତା ସଂଗ୍ରାମରୁ ବନିଛି। ସମସ୍ତଙ୍କୁ ସମାନତା ଦେବାର ଦେଶ। ସମାନତା ଏବଂ ସ୍ଵାଭିମାନର ଦେଶ।” ଆଗକୁ ସେ କହିଛନ୍ତି,”ପ୍ରତ୍ୟେକ ଜାଗାରେ ଆଜି ଲେଖାଯାଇଥିବାର ଦେଖିବାକୁ ମିଳୁଛି “ମୋଦୀ ଅଛନ୍ତି ତ ସବୁ କିଛି ସମ୍ଭବ” କିନ୍ତୁ ମୁଁ କହୁଛି ବିଜେପି ଅଛି ତ ଏହିପରି ଆଇନ୍ ବନିପାରୁଛି। ଯେଉଁ ଦେଶର ସଂବିଧାନ ବିପଦରେ, ବିଜେପି ଅଛି ତ, ପିଆଜ ୧୦୦ ଟଙ୍କା କିଲୋ ସମ୍ଭବ। ବିଜେପି ଅଛି ତ ବେରୋଜଗାରୀ ସମ୍ଭବ। ଆଜି ଦେଶର ଅର୍ଥବ୍ୟବସ୍ଥା ପାତାଳରେ ପହଁଞ୍ଚି ସାରିଛି।”

ପ୍ରିୟଙ୍କା କହିଲେ, “ସଂବିଧାନ ନଷ୍ଟ ହୋଇଯିବ, ଦେଶ ବାଣ୍ଟି ହୋଇଯିବ। ଦେଶ ପ୍ରେମ ଥିଲେ ଆଜି ଦେଶର ସ୍ୱର ବନନ୍ତୁ।” ସେ କହିଛନ୍ତି, ” ଏହି ଦେଶ ଆମର ଏବଂ ଏହାକୁ ବିନାସରୁ ବଞ୍ଚାଇବା ଆମର କର୍ତ୍ତବ୍ୟ। ଆଜି ନ୍ୟାୟ ବିରୁଦ୍ଧରେ ନ ଲଡ଼ିଲେ ଇତିହାସ ଆମକୁ ଭୀରୁ କହିବ। ଉନ୍ନାବ ରେପ କେସ ଉପରେ ପ୍ରିୟଙ୍କା ଗାନ୍ଧୀ କହିଲେ କି ଉନ୍ନାବର ଝିଅ ହାରିଗଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.