Home ଓଡ଼ିଶା ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା : ତୁରନ୍ତ ଦୋଷୀକୁ ଗିରଫ ଦାବିରେ ରାସ୍ତା...

ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା : ତୁରନ୍ତ ଦୋଷୀକୁ ଗିରଫ ଦାବିରେ ରାସ୍ତା ଅବରୋଧ

134

ବାଲିଗୁଡା ୧୪-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବାଲିଗୁଡା ପାତ୍ରସାହି ନିକଟରେ ଚଳିତ ମାସ ୧୦ ତାରିଖରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଦୁଇ ଦୁର୍ବୁର୍ତ୍ତ ଘରୁ ଡାକି ଗୁଳି କରି ହତ୍ୟା କରିଥିଲେ। ତେବେ ଗୁଳିକାଣ୍ଡ ଓ ହତ୍ୟା ଘଟଣାକୁ ଚାରି ଦିନ ବିତିଯାଇଥିଲେ ବି ପୋଲିସ ଅପରାଧୀକୁ ଧରିବାରେ ବିଫଳ ହୋଇଛି। ତେଣୁ ଅଭିମନ୍ୟୁଙ୍କ ନିଜ ଗ୍ରାମ ବାଟାଗୁଡାଠାରେ ଏନ.ଏଚ.୫୯ କୁ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ବାଲିଗୁଡାଠାରୁ ବ୍ରହ୍ମପୁର-ରାୟପୁର-ରାୟଗଡା, ଭବାନୀପାଟଣା ଭଳି ବିଭିନ୍ନ ଅଞ୍ଚଳକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି। ଦୁଇ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି। ଯାହା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯେଉଁ ପର୍ଯ୍ୟନ୍ତ ଦୋଷୀ ଧରା ନ ପଡିଛି ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.