Home ଓଡ଼ିଶା କଂଗ୍ରେସର ଭାରତ ବଞ୍ଚାଅ ରାଲି : ରାହୁଲ ଗାନ୍ଧୀ କହିଲେ – ମୋର ନାମ ରାହୁଲ...

କଂଗ୍ରେସର ଭାରତ ବଞ୍ଚାଅ ରାଲି : ରାହୁଲ ଗାନ୍ଧୀ କହିଲେ – ମୋର ନାମ ରାହୁଲ ସାବରକର ନୁହେଁ, ରାହୁଲ ଗାନ୍ଧୀ

719

ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ୍, ଅର୍ଥବ୍ୟବସ୍ଥାର ସୁସ୍ଥ ଗତି, ବଢ଼ୁଥିବା ବେରୋଜଗାରୀ ଏବଂ ଚାଷୀଙ୍କର ସମସ୍ୟା ପରି ଅନେକ ବିଷୟକୁ ନେଇକରି କଂଗ୍ରେସ ମୋଦୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି କ୍ରମରେ କଂଗ୍ରେସ ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ‘ଭାରତ ବଞ୍ଚାଅ’ ରାଲି ଆୟୋଜନ କରିଛି। ଏହି ରାଲିକୁ ସଂବୋଧିତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ।

ରାହୁଲ କହିଛନ୍ତି, ‘’ମୋଦୀଜୀ ମନରେଗାର ପଇସା ଛଡ଼େଇ ନେଇଛନ୍ତି। ମୋଦୀ ଗୋଟିଏ ଧର୍ମକୁ ଅନ୍ୟ ଧର୍ମ ସହିତ ଲଢ଼ଉଛନ୍ତି। ଆଜି ଚାଷୀ ଆତ୍ମହତ୍ୟା କରୁଛି। ମୋଦୀକୁ ଦେଶକୁ କ୍ଷମା ମାଗିବା ଦରକାର।’’

ରାହୁଲ ଗାନ୍ଧୀ କହିଲେ, ‘’ମୋଦୀଜୀ ପୂର୍ବୋତ୍ତରକୁ ଜଳେଇ ଦେଲେ। ଆସାମ ଜଳୁଛି। ମୋଦୀ ସରକାର ସମଗ୍ର ଦେଶରେ ହିଂସା ପ୍ରସାରଣ କରୁଛନ୍ତି। ଯାହା ଶତ୍ରୁ କରିନାହିଁ ତାହା ମୋଦୀ କରି ଦେଲେ।’’

ରାହୁଲ ଗାନ୍ଧୀ କହିଲେ, ‘ପ୍ରକୃତରେ ଦେଶର ଜିଡ଼ିପି ୨.୫ ପ୍ରତିଶତ ଅଛି। ମୋଦୀ ସରକାର ମିଛ କହୁଛନ୍ତି। ମୋଦୀ ଉଦ୍ୟୋଗପତିମାନଙ୍କର କରଜ ଛାଡ଼ିଦେଲେ ଏବଂ ସାଧାରଣ ଜନତାଙ୍କଠାରୁ ଛଡ଼ାଇ ନେଇଛନ୍ତି। ସେ, କହିଲେ କି ଆମ ଦେଶକୁ ଦୁର୍ବଳ କରାଯାଉଛି ଏବଂ ଦେଶର ଅର୍ଥବ୍ୟବସ୍ଥାକୁ ନଷ୍ଟ କରାଯାଉଛି।

ପିଏମ ମୋଦୀଙ୍କ ଉପରେ କଟାକ୍ଷ କରି ରାହୁଲ ଗାନ୍ଧୀ କହିଲେ କି “ମୋର ନାମ ରାହୁଲ ସାବରକର ନୁହେଁ ମୋର ନାମ ରାହୁଲ ଗାନ୍ଧୀ ଅଟେ। ମୁଁ ନିଜର ବୟାନ ଉପରେ କ୍ଷମା ମାଗିବିନାହିଁ।”

ରାଲିରେ ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିଲେ, ‘ପ୍ରଧାନମନ୍ତ୍ରୀ ମୋଦୀ କଳାଧନ ନାମରେ ମିଛ କହି ବିମୁଦ୍ରାୟନ ଲାଗୁ କରି ଥିଲେ। ବିମୁଦ୍ରାୟନର ଚୋଟ ଦେଶ ବର୍ତ୍ତମାନ ମଧ୍ୟ ସହ୍ୟ କରୁଛି। ରାହୁଲ କହିଲେ କି ମୋଦୀ ସରକାର ଚଞ୍ଚକତା କରି ଜିଏସଟି ଲାଗୁ କଲେ ଏବଂ ଅର୍ଥବ୍ୟବସ୍ଥାକୁ ବର୍ବାଦ କରି ଦେଇଛନ୍ତି।’

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.