Home ଓଡ଼ିଶା ମୋଦୀ-ଶାହ ସରକାରଙ୍କୁ ସଂବିଧାନର ଚିନ୍ତା ନାହିଁ – ଲୋକମାନଙ୍କୁ ଲଢ଼ାଅ ଏବଂ ରାଜନୀତି କର –...

ମୋଦୀ-ଶାହ ସରକାରଙ୍କୁ ସଂବିଧାନର ଚିନ୍ତା ନାହିଁ – ଲୋକମାନଙ୍କୁ ଲଢ଼ାଅ ଏବଂ ରାଜନୀତି କର – ସୋନିଆ ଗାନ୍ଧୀ

629

ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ୍, ଅର୍ଥବ୍ୟବସ୍ଥାର ସୁସ୍ଥ ଗତି, ବଢ଼ୁଥିବା ବେରୋଜଗାରୀ ଏବଂ ଚାଷୀଙ୍କର ସମସ୍ୟା ପରି ଅନେକ ବିଷୟକୁ ନେଇକରି କଂଗ୍ରେସ ମୋଦୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି କ୍ରମରେ କଂଗ୍ରେସ ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ‘ଭାରତ ବଞ୍ଚାଅ’ ରାଲି ଆୟୋଜନ କରିଛି। ଏହି ରାଲିକୁ ସଂବୋଧିତ କରିଛନ୍ତି କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆଁ ଗାନ୍ଧୀ। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ସୋନିଆଁ।

ସୋନିଆ କହିଲେ ‘ଲୋକତନ୍ତ୍ରର ରକ୍ଷା ପାଇଁ ଆମେ କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ। ଜନତାଙ୍କର ରକ୍ଷା କରିବା ପାଇଁ କଂଗ୍ରେସ ସବୁବେଳେ ଲଢ଼ାଇ ଲଡ଼ିଛି। ଆଜି ମଧ୍ୟ କଂଗ୍ରେସ ପଛକୁ ହଟିବ ନାହିଁ। ଆମେ ଅନ୍ତିମ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସଂବିଧାନ ଏବଂ ଲୋକତନ୍ତ୍ରର ରକ୍ଷାକରିବା ପାଇଁ ନିଜର କର୍ତ୍ତବ୍ୟ ସମ୍ପାଦନ କରିବୁ।’

ସୋନିଆ କହିଲେ କି ଦେଶରେ ଯାହା ସାଥିରେ ଅନ୍ୟାୟ ହେବ, କଂଗ୍ରେସ ତା’ ସହିତ ଛିଡ଼ା ହେବ। ମୋଦୀ-ଶାହ ସରକାରଙ୍କୁ ସଂବିଧାନର ଚିନ୍ତା ନାହିଁ। ଏହି ଲୋକମାନଙ୍କୁ ବାସ୍ ନିଜ ରାଜନୀତିର ଚିନ୍ତା। ଲୋକମାନଙ୍କୁ ଲଢ଼ାଅ ଏବଂ ରାଜନୀତି କର।

ସୋନିଆ କହିଲେ ଆଜି ଜନତାଙ୍କର ଟଙ୍କା ବ୍ୟାଙ୍କଗୁଡ଼ିକରେ ମଧ୍ୟ ସୁରକ୍ଷିତ ନୁହେଁ। ଜନତା ନିଜର ଟଙ୍କା ଘରେ ମଧ୍ୟ ରଖି ପାରିବେ ନାହିଁ। କ’ଣ ଏହା ହିଁ ମୋଦୀଙ୍କର ଭଲ ଦିନ? ସେ କହିଲେ ମୋଦୀ ପ୍ରତ୍ୟେକ ଦିନ ସଂବିଧାନର ଅବମାନନା କରୁଛନ୍ତି। ସିଏବି ଭାରତର ଆତ୍ମାକୁ ଖଣ୍ଡ ଖଣ୍ଡ କରିଦେଇଛି।

ସୋନିଆଁ ଗାନ୍ଧୀ କହିଲେ କି ବିମୁଦ୍ରାୟନ ଲାଗୁ କରିବା ପରେ କଳାଧନକୁ ସମାପ୍ତ କରିବା କଥା କୁହାଯାଇଥିଲା। କିନ୍ତୁ କଳାଧନ ମିଳିଲା ନାହିଁ। ସେ କଳାଧନ କାହା ପାଖରେ ଅଛି। ଏହାର ଜାଞ୍ଚ ହେବା ଆବଶ୍ୟକ ନାଁ ନାହିଁ।

ସୋନିଆଁ ଗାନ୍ଧୀ କହିଲେ, ”ଆମର ମା’ ଭଉଣୀମାନଙ୍କ ପାଇଁ ଆମେ ସଂଘର୍ଷ କରିବୁ। ଆଜି ସମ୍ପୂର୍ଣ୍ଣ ଦେଶ ପଚାରୁଛି କି ‘ସମସ୍ତଙ୍କ ସାଥିରେ ସମସ୍ତଙ୍କ ବିକାସ’ କୁଆଡ଼େ ଗଲା। ମୋଦୀଙ୍କର ବୁଲ ନୀତି କାରଣରୁ ଦେଶ ବର୍ବାଦ ହେଉଛି।”

ସୋନିଆ କହିଲେ, ”ବେରୋଜଗାରୀ କାରଣରୁ ଏବେ ପୂରା ପରିବାରର ଆତ୍ମହତ୍ୟାର ଖବର ସାମନାକୁ ଆସୁଛି। ଆଜି ପ୍ରତିଦିନର ଆବଶ୍ୟକ ସାମଗ୍ରୀର ଦର ମହଁଗା ହେବାରୁ ଲୋକମାନଙ୍କର ନିଦ ଉଡ଼ିଯାଇଛି।

ରାଲିରେ ସୋନିଆଁ ଗାନ୍ଧୀ କହିଲେ କି ଆଜି ଯୁବକ ଚାକିରି ପାଇବା ପାଇଁ ଦ୍ୱାର ଦ୍ୱାର ବୁଲୁଛି। ଦେଶ ପାଇଁ ଏବେ କଠୋର ସଂଘର୍ଷର ସମୟ। ଦଶକରୁ ଏପରି ବେରୋଜଗାରୀ ହୋଇନଥିଲା, କିନ୍ତୁ ଏବେ ପ୍ରତ୍ୟେକ ଯାଗାରେ ବେରୋଜଗାରୀ ଦେଖାଗଲାଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.