Home ଜିଲ୍ଲା ପରିକ୍ରମା ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

63

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଦୁର୍ଗାପୂଜା ଦଶହରା ଉପଲକ୍ଷେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ ଏହି ବୈଠକରେ ଯୋଗ ଦେଇଥିଲେ। ଗାନ୍ଧି ପଡ଼ିଆ ଦୁର୍ଗାପୂଜାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚଳିତ ବର୍ଷ ଏ ପୂଜାକୁ ଖୁବ୍ ଯାକଯମକ ଓ ସ୍ୱତନ୍ତ୍ର ଭାବେ ପାଳନ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି କମିଟି ତରଫରୁ ବୈଠକରେ ଅବଗତ କରାଯାଇଥିଲା। ଏଥି ନିମନ୍ତେ ବିପୁଳ ଜନ ସମାବେଶ ସମ୍ଭାବନା ଥିବାରୁ ଗାନ୍ଧି ପଡ଼ିଆର ପୁନଃରୁଦ୍ଧାର ପାଇଁ ଦାବି କରାଯାଇଥିଲା। ଏହି ପୂଜା ଉପଲକ୍ଷେ ମୁଖ୍ୟ ରାସ୍ତାକୁ ଅତିକ୍ରମ କରି ଏକ ତୋରଣ ନିର୍ମାଣ ପାଇଁ ଅନୁମତି ପ୍ରଦାନ ପାଇଁ ମଧ୍ୟ କମିଟି ତରଫରୁ ଅନୁରୋଧ କରାଯାଇଥିଲା।

ଗାନ୍ଧି ପଡ଼ିଆର ବିକାଶ ପାଇଁ ସଂସ୍କୃତି ବିଭାଗକୁ ପାଣ୍ଠି ଯୋଗାଣ ପାଇଁ ଅବଗତ କରାଯାଇଛି ଏବଂ ପୂଜା ପାଇଁ ରାସ୍ତାରେ ସାମୟିକ ତୋରଣ ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର କମିଟି ଦ୍ୱାରା ଯାଞ୍ଚ ପରେ ଅନୁମତି ପ୍ରଦାନ ନେଇ ନିଷ୍ପତ୍ତି ନିଆଯିବ ବୋଲି୍ ଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ। ବିଶେଷ କରି ଶାରଦୀୟ ପର୍ବ ପାଳନ ଅବସରରେ ଡି.ଜେ. ବ୍ୟବହାର ନିଷେଧ କରିବା ସହିତ ପୂଜା ଅବଧି ବା ଭସାଣି ସମୟରେ କମିଟି କର୍ମକର୍ତ୍ତା ସଦସ୍ୟ ଆଦି ମଦ୍ୟପାନ ରୁ ବିରତ ରହିବା ନେଇ କମିଟି ତରଫରୁ ପଦକ୍ଷେପ ନେବା ପାଇଁ ଏସ୍‌.ପି. ନିଦ୍ଦେ୍‌ର୍ଶ ପ୍ରଦାନ କରିଥିଲେ। ଏହାର ଅବମାନନାରେ ପୋଲିସ୍ ର କାର୍ଯ୍ୟାନୁଷ୍ଠାନରେ ଯେପରି କମିଟି ତରଫରୁ ହସ୍ତକ୍ଷେପ କରାନଯାଏ ସେଥିପ୍ରତି ମଧ୍ୟ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ବିସର୍ଜନ ପାଇଁ ସଂପୃକ୍ତ ଥାନାଧିକାରୀ ଓ ଶବ୍ଦ ବ୍ୟବସ୍ଥା୍ ପାଇଁ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବା ପାଇଁ ପୂଜାମଣ୍ଡପର କର୍ମକର୍ତ୍ତା ମାନଙ୍କୁ ଅବଗତ କରାଯାଇଥିଲା। ଜାନୁଗଞ୍ଜ ଦୁର୍ଗାପୂଜାର ରାବଣପୋଡ଼ି ଓ ଅନ୍ୟାନ୍ୟ ପୂଜା ମଣ୍ଡପ ସବୁ ପାଇଁ ଆବଶ୍ୟକ ଅନୁଯାୟୀ ରାସ୍ତା ମରାମତି, ରାସ୍ତାରେ ଆଲୋକ, ସେଫେଇ ଆଦି ଗତାନୁଗତିକ କାର୍ଯ୍ୟ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଥିଲା। ବିଭିନ୍ନ ପୂଜାକମିଟିରୁ ପ୍ରାୟ ୧୩ ଜଣ କର୍ମକର୍ତ୍ତାଙ୍କ ସହିତ ଶାନ୍ତି କମିଟିର ସଦସ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଶେଷରେ ଶ୍ରୀଯୁକ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.