Home ଜିଲ୍ଲା ପରିକ୍ରମା ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

104

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମସ୍ତ ଗାଡିଚାଳକଙ୍କୁ ଅଫଲାଇନ୍‌ରେ ଟୀକା ପ୍ରଦାନ ସହ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ, ମହାମାରୀ କରୋନାରେ ଜୀବିକା ହରାଇଥିବା ଗାଡି ଚାଳକମାନଙ୍କୁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ପ୍ରଦାନ, ଜନସାଧାରଣଙ୍କ ଆକ୍ରୋଶର ସମ୍ମୁଖୀନ ହେଉଥିବା ଗାଡି ଚାଳକଙ୍କ ସାମାଜିକ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ, ଗାଡିଗୁଡିକୁ ପାର୍କିଂ ଓ ଚାଳକଙ୍କ ବିଶ୍ରାମ ନେବାପାଇଁ ପାର୍କିଂ ସହିତ ବିଶ୍ରାମଗାର ଓ ଶୌଚାଳୟର ବ୍ୟବସ୍ଥା, ବ୍ଳକ୍ ଓ ସହରରେ ଥିବା ସମସ୍ତ ଅଟୋ, ଟ୍ୟାକ୍ସି, ଟ୍ରକ୍ ଷ୍ଟାଣ୍ଡମାନଙ୍କରେ ବିଶ୍ରାମଗାର ସହ ପାନୀୟଜଳ ଓ ଶୌଚାଳୟର ସୁବ୍ୟବସ୍ଥା, ୫୫ ବର୍ଷରେ ପେନସନ ପ୍ରଦାନ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଗାଡି ଚାଳକଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବୀମାରାଶି ଓ ଦୁର୍ଘଟଣାରେ ଅକର୍ମଣ୍ୟ ଡ୍ରାଇଭରମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ବୀମାରାଶି ସହିତ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇଦେବା, ଗାଡି ଚାଳକଙ୍କ ନିର୍ଦ୍ଧାରିତ ମୂଲ୍ୟାଙ୍କନ ଏବଂ ସମୟସୀମା ଧାର୍ଯ୍ୟ କରାଯିବା, ସେମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ପ୍ରଦାନ, ଏବଂ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ସେମାନଙ୍କ ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷାର ବ୍ୟବସ୍ଥା, ରାଜରାସ୍ତରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ହଇରାଣ କରାନଯିବା ଏବଂ ସର୍ବୋପରି ସମୟ ଅସମୟରେ ହଠାତ୍ ରାସ୍ତାରୋକ ହେବା ଜନିତ ଅସୁବିଧା ପ୍ରତି ସରକାରଙ୍କ ସୁଦୃଷ୍ଟି ପ୍ରଦାନ ଭଳି ୧୩ ଦଫା ଦାବି ନେଇ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମହାସଂଘର ଜିଲା ସଭାପତି ଦିଲ୍ଲୀପ ସାହୁ, ପ୍ରଭାସ ଦାସ, ଯଯାତି ମହାନ୍ତି, ଜୀବନଜ୍ୟୋତି ଚାନ୍ଦ ପ୍ରମୁଖଙ୍କ ନେତୃତ୍ୱରେ ଆଜି ଶତାଧିକ ଗାଡି ଚାଳକ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.