Home ଜିଲ୍ଲା ପରିକ୍ରମା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପାଠ୍ୟକ୍ରମ ନିର୍ଦ୍ଧାରଣ ପରିଷଦ ବୈଠକ

ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପାଠ୍ୟକ୍ରମ ନିର୍ଦ୍ଧାରଣ ପରିଷଦ ବୈଠକ

148

ନୟାଗଡ଼, ୭ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ୨୦୧୯-୨୦ ଶିକ୍ଷାବର୍ଷ ନିମନ୍ତେ ପାଠ୍ୟକ୍ରମ ନିର୍ଦ୍ଧାରଣ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବଭାଗର ମୁଖ୍ୟ ପ୍ରାଧ୍ୟାପକ ଡ. ଗୋବିନ୍ଦ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ପ୍ରଫେସର ଡ.ବିଷ୍ଣୁପ୍ରିୟା ଓଚ୍ଛା, ବିଜେବି କଲେଜର ସହାୟତକ ପ୍ରଫେସର ଡ.ପ୍ରେମାନନ୍ଦ ମହାପାତ୍ର, ଅଡ଼ଶପୁର କଲେଜର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ.ପ୍ରଦୀପ୍ତ କୁମାର ଚୌଧୁରୀ, ସାମ୍ବାଦିକ ରାମକୃଷ୍ଣ ରଥ, ନୟାଗଡ଼ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ.ବାନାମ୍ବର ପୃଷ୍ଟି, ଅଧ୍ୟାପକ ଶହଦେବ ବେହେରା, ଅଧ୍ୟାପିକା ଡ.ଜ୍ୟୋତ୍ସାମୟୀ ମଙ୍ଗରାଜ, ଅଧ୍ୟାପିକା ବଦୁଲତା ଷଣ୍ଢ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ଅ୍ନ୍ତର୍ନିହିତ ଜ୍ଞାନର ପରିପ୍ରକାଶ ପାଇଁ ନୂଆ ପାଠ୍ୟକ୍ରମ ପ୍ରଚଳନ ଉପରେ ଆଲୋଚନା କରିଥିଲେ। ଏହି କମିଟିରେ ଓଡ଼ିଆ ଭାଷା ଉପରେ ଅଧିକ ଗୁରୁତ୍ୱାରୋପ କରାଯିବା ସହ ଓଡ଼ିଆ ପାଠ୍ୟକ୍ରମ ଉପରେ ଛାତ୍ରଛାତ୍ରୀଙ୍କ କିପରି ଅଧିକ ଆଗ୍ରହ ସୃଷ୍ଟି କରାଯାଇପାରିବ ତାହା ଉପରେ ମତ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.