Home ଜିଲ୍ଲା ପରିକ୍ରମା ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

147

ନୟାଗଡ଼, ୭ା୧୧(ଓଡ଼ିଆପୁଅ/ଲକ୍ଷ୍ମୀଧର ସାହୁ): ନୟାଗଡ଼ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ମହା ସମାରୋହରେ ସ୍ଥାନୀୟ ପଠଣି ସାମନ୍ତ ଅଡିଟେରିୟମଠାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କ ଅନ୍ତଃର୍ନିହିତ ଗୁଣାବଳୀ ତଥା ସହଶିକ୍ଷା ସମ୍ବନ୍ଧୀୟ ଜ୍ଞାନର ବିକାଶ ପାଇଁ ସୁରଭି ଏକ ପ୍ରକୃଷ୍ଠ ମାଧ୍ୟମ ବୋଲି ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ରାଜ୍ୟ ଉଚ୍ଚଶିକ୍ଷା ତଥା କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ମତପ୍ରକାଶ କରିଥିଲେ। ସମ୍ମାନୀତ ଅତିଥିଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗଦାନ କରି ସୁରଭି ଦ୍ୱାରା ଗୋଟିଏ ପିଲା ବ୍ଳକସ୍ତରରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟ ଏବଂ ଜାତୀୟ ସ୍ତରରେ ନିଜର କୃତିତ୍ୱ ପ୍ରତିପାଦନ କରିପାରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ପୌରହିତ୍ୟ ତଥା ଶିକ୍ଷକ ଶେଖ ଅବଦୁଲ ଖାଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ପୂର୍ବତନ ତଥା ଅବସରପ୍ରାପ୍ତ ବ୍ଳକ ଶିକ୍ଷାଧିକାରୀ ଦାମୋଦର ଖିଲାର ଯୋଗଦାନ କରିଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିଳାମ୍ବର ତ୍ରିପାଠୀ, ଧନେଶ୍ୱର ସେଠୀ, ନିରଂଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ। ସୁରଭି କାର୍ଯ୍ୟକ୍ରମରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଯଥା ତର୍କ, ଏଲୋକେସନ, ପ୍ରବନ୍ଧ, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ, ସାଧାରଣ ଜ୍ଞାନ, ଗୋଷ୍ଠୀ ଅଭିନୟ ତଥା ଗୋଷ୍ଠୀ ନୃତ୍ୟ ଆଦିରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ୧୫ଟି କ୍ଲଷ୍ଟରରୁ ଛାତ୍ରଛାତ୍ରୀମାନେ ଯୋଗଦାନ କରି କୃତିତ୍ୱ ହାସଲ କରିଥ୍ôବା ପ୍ରତିଯୋଗୀମାନେ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ତେବେ ବ୍ଳକ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ୧୧ ତାରିଖରେ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ଶିକ୍ଷକନେତା ବଟକୃଷ୍ଣ ମିଶ୍ର, ଅଜୟ ପଣ୍ଡା, ଅଶୋକ ଶତପଥି, ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ, ଅଶୋକ ମଲ୍ଲ, ଉମେଶ ସ୍ୱାଇଁ, ଲକ୍ଷ୍ମୀଧର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ବ୍ଲକର ସମସ୍ତ ସିଆରସିସି, ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.