Home କେନ୍ଦୁଝର ଆକ୍ରମଣରେ ଜଣେ ଗୁରୁତର

ଆକ୍ରମଣରେ ଜଣେ ଗୁରୁତର

82

ହାଟଡ଼ିହି,୧୬ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ବିଦ୍ୟାଧରପୁର ବଜାରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାଯାଇଛି । ନିରାକାର ପହିଙ୍କ ପୁଅ ବୁଲୁପହି ସନ୍ଧ୍ୟାରେ ବଜାରରେ ଏକ ଦୋକାନ ନିକଟରେ ବସିଥିବାବେଳେ ସେହି ବାଲିବରେଇ ଗ୍ରାମର ଅନ୍ୟ ଜଣେ ଯୁବକ ହଠାତ ଅତର୍କିତ ଭାବେ ଆକ୍ରମଣ କରିଥିଲା । ବୁଲୁଙ୍କ ମୁଣ୍ଡରେ ଗଭୀର କ୍ଷତ ହେବାସହ ରକ୍ତ ଯୁଡୁବୁଡୁ ଅବସ୍ଥାରେ ବୁଲୁ ସେଠାରେ ପଡିଯାଇଥିଲା । କିଛି ବ୍ୟକ୍ତି ଏନେଇ ସୋସୋ ପୁଲିସକୁ ଖବର କରିବାପରେ ସୋସୋ ଥାନା ଅଧିକାରୀ ଗଗନ ବିହାରୀ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଏକ ଅଟୋ ଡାକି ଗୁରୁତର ଆହତ ହୋଇଥିବା ବୁଲୁକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.