Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରରେ ୮୮ ଅଭିଯୋଗ

ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରରେ ୮୮ ଅଭିଯୋଗ

11

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାପାଳ ଓ ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୮୮ ଅଭିଯୋଗ ଆଗତ ହୋଇଥିଲା । ଅଭିଯୋଗଗୁଡିକ ଆବାସ ଯୋଜନା, ଭତ୍ତା, ରାସନ କାର୍ଡ, ସେତୁ ଓ ରାସ୍ତା ନିର୍ମାଣ, ନିଯୁକ୍ତି ଆଦି ଆଧାରିତ ଥିଲା । ଗତ ଅଗଷ୍ଟ ୧୭ ତାରିଖ ମହେଶପୁରରେ ବିଦ୍ୟୁତ ଦୁର୍ଘଟଣାର ତଦନ୍ତ ଦାବି କରାଯାଇଥିଲା । ପୂର୍ବତନ ସରପଞ୍ଚ ଧରିତ୍ରୀ ଯେନା ଜଳମଣ୍ଡୁଆ ଜୟଜଗନ୍ନାଥ ଉଚ୍ଚବିଦ୍ୟାଳୟରେ ରୂପାନ୍ତରିତ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ କରିଥିଲେ । ରହଣିଆ ହାଇସ୍କୁଲରେ ମଧ୍ୟାନ୍ନ ଭୋଜନ ଦାଇତ୍ୱ ଗ୍ରହଣ କରିଥିବା ସ୍ୱୟଂସହାୟକ ଗୋଷ୍ଠୀ ଗୃହରକ୍ଷକ ଓ ରାତ୍ର ଜଗୁଆଳି ଗୋଷ୍ଠୀ ବାହାରୁ ନିୟୋଜନ କରୁଥିବା ସମ୍ପର୍କରେ ରଞ୍ଜନ କୁମାର ବେହୁରିଆ ଅଭିଯୋଗ କରିଥିଲେ । ରହଣିଆ ସରପଞ୍ଚ ରଞ୍ଜନ କୁମାର ପରିଡା ଶିକ୍ଷା ସମ୍ପର୍କୀୟ ଅଭିଯୋଗ କରିଥିଲେ । ପୁଲିସ ଦୁର୍ବବ୍ୟବହାର ସମ୍ପର୍କରେ ମୋବାରକପୁର ଗ୍ରାମର ଅତୁଲ୍ୟ ପରିଡା ଅଭିଯୋଗ କରିଥିଲେ । ନଗୁଆଁର ସୁକାନ୍ତି ବେହେରା ରାସ୍ତା ନିର୍ମାଣ ହେଉନଥିବା ଅଭିଯୋଗ କରିଥିଲେ । ମୋବାରକପୁର ମାନସ ଆର୍ଯ୍ୟନଙ୍କ ଭିନ୍ନକ୍ଷମ ଭତ୍ତା ଅଭିଯୋଗ ମଞ୍ଜୁର କରାଯାଇଥିଲା । ଅଭିଯୋଗ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ପୁଲିସ ଅଧିକ୍ଷକ ବରୁଣ ଗୁଣ୍ଟପାଲ୍ଲୀ, ଭଦ୍ରକ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ ଅଭିଯୋଗଗୁଡିକର ଶୁଣାଣୀ କରିଥିଲେ । ଡେପୁଟି କଲେକ୍ଟର ରାଜୀବ ହାସଁଦା ଅଭିଯୋଗଗୁଡିକର ଆଗତ ପରିଚାଳନା କରିଥିବା ବେଳେ ବିଡିଓ ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.