Home ଜିଲ୍ଲା ପରିକ୍ରମା ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୂର ୟୁନିଅନ ପକ୍ଷରୁ ଭଦ୍ରକରେ ପ୍ରତିବାଦ ସଭା

ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୂର ୟୁନିଅନ ପକ୍ଷରୁ ଭଦ୍ରକରେ ପ୍ରତିବାଦ ସଭା

1
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୬୨ ଜଣ ବାମପନ୍ଥୀ ସାଂସଦଙ୍କ ସମର୍ଥନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଙ୍କ ନେତୃତ୍ୱାଧିନ ଜାତୀୟ ପ୍ରଗତିଶୀଳ ମେଂଟ ସରକାର ସାଧାରଣ ସର୍ବନିମ୍ନ କର୍ମସୂଚୀ ଭିତିରେ ୨୦୦୫ ମସିହାରେ ଭାରତର ଗ୍ରାମୀଣ ମଜଦୁର ମାନଙ୍କୁ ବର୍ଷକୁ ସର୍ବନିମ୍ନ ୧୦୦ ଦିନ କାମ ଯୋଗାଇ ଦେବାର ଆଇନଗତ ଗ୍ୟାରେଂଟି ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ପ୍ରଣୟନ କରିଥିଲେ । ଏହି ଆଇନ ଥିଲା ବର୍ଷକୁ ସରକାର ୧୦୦ ଦିନର କାମ ଯୋଗାଇ ଦେବାର ବାଧ୍ୟତା ମୂଳକ ଆଇନ । ଯଦି ସରକାର ୧୦୦ ଦିନର କାମ ଯୋଗାଇ ପାରୁ ନଥିଲେ, ତେବେ ଶ୍ରମିକ ମାନେ “ଗ” ଫର୍ମରେ ବେକାରୀ ଭତା ପାଇଁ ଆବେଦନ କଲେ ସରକାର ବେକାରୀ ଭତା ଦେଉଥିଲେ । ଏହି ଆଇନରେ ସରକାର ପ୍ରତିବର୍ଷ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ବଢାଇପାରୁଥିଲେ । ଏମ ଜି ଏନ୍ ଆର ଇଜିଏ ରେ କେନ୍ଦ୍ର ସରକାର ଶତକଡା ୯୦ ଭାଗ ଅର୍ଥ ଶ୍ରମିକ ମାନଙ୍କୁ ଦେଉଥିବା ବେଳେ ପ୍ରତ୍ୟେକ ରାଜ୍ୟ ସରକାର ୧୦ ଭାଗ ଅର୍ଥ ଦେଉଥିଲେ । ମୋଦି ସରକାର ଶ୍ରମିକ ସପକ୍ଷବାଦୀ ଏମ୍‌ଏନ୍‌ଆରଇଜିଏ ଆଇନକୁ ପ୍ରଥମେ ଏମ୍ ଜି ଏନ୍ ଆର ଇଜିଏସ ଯୋଯନା ରେ ପରିଣତ କଲେ । ତାପରେ ଏହି ଯୋଜନାକୁ ସଂପୂର୍ଣ୍ଣ ଉଛେଦ କରି ଭିଭିଜିରାମଜୀ ଆଣିଛନ୍ତି । ଯାହା ଫଳରେ ଶ୍ରମିକ କାମ ନପାଇଲେ ଆଉ କୋର୍ଟରେ ସରକାରଙ୍କ ବିରୁଦ୍ଧରେ ମକଦ୍ଦମା କରିପାରିବ ନାହିଁ କିମ୍ବା ସରକାର କାମ ଯୋଗାଇ ନଦେଲେ ଶ୍ରମିକ ଟିଏ ସରକାରଙ୍କ ଠାରୁ ଆଉ ବେକାରୀ ଭତା ପାଇବ ନାହିଁ । ଏହି ପ୍ରୋଜେକ୍ଟରେ ରାଜ୍ୟ ସରକାର ମାନଙ୍କ ଉପରେ କେନ୍ଦ୍ର ସରକାର ଶତକଡା ୪୦ ପ୍ରତିଶତ ଅର୍ଥ ଲଦିଦେଇଛନ୍ତି । ଆମ ମୁଖ୍ୟମନ୍ତ୍ରୀ ରାଜ୍ୟର ଅର୍ଥଅଭାବରୁ ଏହି ଭିବିଜିରାମଜି ପ୍ରୋଜେକ୍ଟକୁ ୨ ମାସ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବଂଦ ରଖିଛନ୍ତି ଯାହା ଓଡିଶାର ଗ୍ରାମୀଣ ଶ୍ରମିକ ମାନଙ୍କ ଜୀବନ ଜୀବିକା ଉପରେ ଆକ୍ରମଣ ବୋଲି ପ୍ରତିବାଦ ସଭାରେ ଉପସ୍ଥିତ ନେତୃତ୍ୱ ପ୍ରକାଶ କରିଥିଲେ । ଭିବିଜିରାମଜି ପ୍ରୋଜେକ୍ଟକୁ ସଂପୂର୍ଣ୍ଣ ବଂଦ ରଖି ଏମ୍‌ଏନ୍‌ଆରଇଜିଏ ଯୋଯନାରେ ବର୍ଷକୁ ସର୍ବନିମ୍ନ ୨୦୦ ଦିନର କାମ ଓ ଦୈନିକ ୭୦୦ ଟଙ୍କା ମଜୁରୀ ଯୋଗାଇବାକୁ ଆନ୍ଦୋଳନରତ ନେତୃତ୍ୱ ପ୍ରକାଶ କରିଥିଲେ । ଏମ୍‌ଏନ୍‌ଆରଇଜିଏ ଯୋଯନାକୁ ଭାରତରେ ପୁନର୍ବାର କାର୍ଯ୍ୟକାରୀ କରିବା ପାଇଁ ଆଜି ଦେଶବ୍‌ଯାପୀ ଅନୁଷ୍ଠିତ ପ୍ରତିବାଦ ଆନ୍ଦୋଳନ ପରିପ୍ରେକ୍ଷୀରେ ଭଦ୍ରକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ପକ୍ଷରୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ବରିଷ୍ଠ ଚାଷୀ ନେତା ନିରଞ୍ଜନ ପାଣି, ଶ୍ରମିକ ନେତା କାଳନ୍ଦୀ ପାତ୍ର, ବିଷ୍ଣୁ ଦାଶ, କ୍ଷେତମଜଦୂର ଜିଲ୍ଲା କମିଟି ସଭ୍ୟ ସୁରେନ୍ଦ୍ର ନାୟକ, ଘନଶ୍ୟାମ ଦାସ, ଜୟନୂଲ ଆବେଦିନ,ମହେଶ୍ୱର ନାୟକ, ସଂଗ୍ରାମ ବଳ, ଭାଗବତ ସେନାପତି, ଯୁବନେତା ବିପ୍ଳବ ଯେନା, ସେକ୍ ସନାଉଲ୍ଲା, ମହିଳା ନେତ୍ରୀ ସୁରଜିତା ନାୟକ, ରୋଜାଲିନି ସାମ୍ୟବାଦୀ ପ୍ରମୁଖ ବକ୍ତବ୍‌ଯ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.