Home ଓଡ଼ିଶା ଛାତ୍ର ଗଣ୍ଡଗୋଳ

ଛାତ୍ର ଗଣ୍ଡଗୋଳ

221

ବାରିପଦା ୧୩-୧୨ (ଓଡ଼ିଆ ପୁଅ) ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟରେ ଜଣେ ହଷ୍ଟେଲ ଛାତ୍ରଙ୍କୁ ମାଡ଼ ପ୍ରତିବାଦରେ ହଷ୍ଟେଲ ରହି ପାଠ ପଢ଼ୁଥିବା ଶତାଧିକ ଛାତ୍ରଙ୍କ ବାରିପଦା ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ଦିନ ପ୍ରାୟ ୧୧ ଟା ସମୟରେ ବିଶାଳ ମହାନ୍ତ ନାମକ ଜଣେ ଦ୍ୱିତୀୟ ବର୍ଷ କଳା ଛାତ୍ର ହଷ୍ଟେଲକୁ ଯାଉଥିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ କିଛି ସ୍ଥାନୀୟ ଛାତ୍ର ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ମାଡ ମାରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ କରିଛନ୍ତି ଛାତ୍ରମାନେ। ତେବେ ପୂର୍ବରୁ ଏଭଳି ଘଟଣା ଦୁଇଥର ଘଟି ସାରିଥିଲେ ସୁଦ୍ଧା ପୋଲିସ ଜାଣିଶୁଣି କୌଣସି ପଦକ୍ଷେପ ନ ନେବାରୁ ଆଜି ଶତାଧିକ ଛାତ୍ର ଥାନା ସମ୍ମୁଖ ବଡବଜାର ମୁଖ୍ୟ ରାସ୍ତାକୁ ଅବରୋଧ କରି ଧାରଣା ପ୍ରଦର୍ଶନ କରିଥିଲେ। ପୋଲିସ ପକ୍ଷରୁ ସଂଗେ ସଂଗେ ଅଭିଯୁକ୍ତ ଛାତ୍ରମାନଙ୍କ ଆଣି ଥାନାରେ ଅଟକ ରଖିବାରୁ ରାସ୍ତା ଅବରୋଧ ହଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.