Home ଜିଲ୍ଲା ପରିକ୍ରମା ଓଏସ୍ ପରୀକ୍ଷାରେ ସଫଳତା ହାସଲ କଲେ ଭଦ୍ରକ ଯୁବ ଇଂଜିନିୟର ଅନୁରାଗ ସେଠୀ

ଓଏସ୍ ପରୀକ୍ଷାରେ ସଫଳତା ହାସଲ କଲେ ଭଦ୍ରକ ଯୁବ ଇଂଜିନିୟର ଅନୁରାଗ ସେଠୀ

5

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ଲୋକସଭା ଆୟୋଗ ଦ୍ୱାରା ପରିଚାଳିତ ଓଏସ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଭଦ୍ରକର ଯୁବ ଇଂଜିନିୟର ଅନୁରାଗ ସେଠୀ। ସେ ଓଏସ୍ ପରୀକ୍ଷାରେ ୯୨ ରେଙ୍କରେ ସ୍ଥାନିତ ହୋଇ ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅନୁରାଗ ଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନସ୍ଥ ମଙ୍ଗଳପୁର ଗ୍ରାମରେ। ତାଙ୍କ ବାପା ଜିତେୟନ୍ଦ୍ରୀୟ ସେଠୀ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ମାଆ ରେଣୁକା ବେହେରା ଜଣେ ଗୃହିଣୀ। ତେବେ ଅନୁରାଗ ବାପା ଓ ମାଆ ଙ୍କର ଏକ ମାତ୍ର ପୁଅ। ସେ ଭଦ୍ରକରେ ରହି ପ୍ରାଥମିକ ଏବଂ ହାଇସ୍କୁଲ ଶିକ୍ଷା ଡିପିଏସ ଉଚ୍ଚ ବିଦ୍ୟାପୀଠ ରାନ୍ଦିଆ ଠାରେ ପଢିବା ପରେ +୨ ବିଶାଖାପାଟଣା ରେ ଅଧୟନ କରୁଥିଲେ। ପରେ ଏନଆଇଟି ଜାମସେଦପୁର ବି-ଟେକ ଇଂଜିନିୟରିଙ୍ଗ ଭାବେ ପାସ କରି ପୁର୍ନେ ରେ ଏକ ଘରୋଇ କମ୍ପାନୀରେ ବିଜିନେସ ଆସସେଟ ଭାବେ ଯୋଗ ଦେଇଥିଲେ। ମାତ୍ର ୪ ମାସ ପରେ ସେ ସେଠାରୁ କାମ ଛାଡି ଆଇପିଏସ୍ ପରୀକ୍ଷା ଦେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ପରେ ତାଙ୍କ ବାପା ଙ୍କ ଇଚ୍ଛାରେ ଓଡିଶା ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଗୋଟିଏ ଥରକରେ ଓଏସ୍ ପରୀକ୍ଷାରେ ଏହି ସଫଳତା ହାସଲ କରିଛନ୍ତି। ଏଥିପାଇଁ ପ୍ରବଳ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଭଗବାନ ଙ୍କ ଆଶ୍ରିବାଦ ପାଇଁ ସେ ଆଜି ଏହି ସଫଳତା ପାଇବା ସହିତ ସରକାର ଯେଉଁ ଦାୟିତ୍ୱ ତାଙ୍କୁ ଦେବେ, ସେ ଓଡିଶା ଲୋକଙ୍କ ପାଇଁ ଅତି ନିଷ୍ଠା ଓ ଆନ୍ତରିକତା ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି। ତେବେ ଅନୁରାଗ ଙ୍କ ଏହି ସଫଳତା ପାଇଁ ତାଙ୍କ ଘରେ ଆନନ୍ଦ ଦେଖା ଦେଇଛି। ତାଙ୍କ ପରିବାର ଲୋକମାନେ ମିଠା ଖୁଆଇ ଖୁସି ମନାଇଛନ୍ତି ଓ ତାଙ୍କ ପୁଅର ଏହି ସଫଳତା ପାଇଁ ନିଜକୁ ଗର୍ବ ଅନୁଭବ କରିଛନ୍ତି ବାପା ଓ ମାଆ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.