Home ଜିଲ୍ଲା ପରିକ୍ରମା ଓଏଏସ ରୁଦ୍ରମାଧବଙ୍କୁ ଧାମରାରେ ସମ୍ବର୍ଦ୍ଧନା

ଓଏଏସ ରୁଦ୍ରମାଧବଙ୍କୁ ଧାମରାରେ ସମ୍ବର୍ଦ୍ଧନା

112

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଅଂଚଳ ଜାଗୁଳା ଗ୍ରାମର ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷା(ଓଏଏସ)ରେ ୧୫୩ ପଦ ମଧ୍ୟରୁ ୧୧୩ନଂ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଥିବା ସ୍ୱର୍ଗତ ଲକ୍ଷ୍ମଣ ବେହେରାଙ୍କ ପୁତ୍ର ରୁଦ୍ରମାଧବାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଧାମରା ଆଂଚଳିକ ବୁଦ୍ଧିଜୀବୀ ସଂଘ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବୟୋଜ୍ୟେଷ୍ଠ ବାମପନ୍ଥୀ ନେତା କାର୍ତ୍ତିକ ଖିଲାର ସଭାପତିତ୍ୱ କରିଥିବା ବେଳେ ରବିନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ଲେଙ୍କା ଶିକ୍ଷାବିତ ତ୍ରୀଲୋଚନ ପ୍ରଧାନ ,ସମାଜସେବୀ ନରହରି ମଲ୍ଲୀକ, ଶିକ୍ଷାବିତ ଉଗ୍ରେସନ ମଢୁଆଳ, କୀର୍ତ୍ତନ ବିଶ୍ୱାଳ, ଯୁବନେତା ଅଶୋକ ଜେନା, ପ୍ରମୋଦ ନାୟକ , ସୁରେଶ ମାହୁନ୍ତ, ପ୍ରଦୀପ ରାଉତ, ରୁଦ୍ରମାଧବଙ୍କ ସ୍କୁଲ ଶିକ୍ଷକ ବିଜୟ ରାଉତ, ମାୟାଧର ପରିଡା, ଲକ୍ଷ୍ମୀଧର ବେହେରା ,ପିଲାଦିନର ବହୁ ବନ୍ଧୁ,ସହପାଠୀ ଓ ଅଂଚଳର ବହୁ ବୁଦ୍ଧିଜୀବୀ ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ରୁଦ୍ର ମାଧବ ଅଂଚଳର ଦ୍ୱିତୀୟ ଓଏଏସ ହୋଇ ଥିବାରୁ ଏହା ଆମ ଅଂଚଳର ଗର୍ବ ଓ ଗୌରବ , ସେ ଆଗାମୀ ପିଢି ପାଇଁ ଉଦାହରଣ ହୋଇ ରହିବେ ଧାମରା ଅଂଚଳର ସମସ୍ତ ଜନ ସାଧାରଣଙ୍କର ଆର୍ଶୀବାଦକୁ ପାଥେୟ କରି ସେ ଆଇଏଏସ ପରିକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇ ଅଂଚଳ ପାଇଁ ଗୌରବ ଆଣିଦେବେ ବୋଲି ଅତିଥି ମାନେ ସେମାନଙ୍କର ବକ୍ତବ୍ୟରେ କହିଥିଲେ । ରୁଦ୍ରମାଧବ ଜଣେ ମେଧାବୀ ଓ ସଚ୍ଚୋଟ ମଣିଷ ହେବାର ଲକ୍ଷଣ ତାଙ୍କ ପିଲାଦିନରୁ ଜଣାପଡୁଥିବା କଥା ସହପାଠୀ ମାନେ କହିଥିଲେ । ତେବେ ପ୍ରଶାସନିକ ସେବାରେ ହେଉଥିବା ବହୁ ଅନିୟମିତତାକୁ ଆଖି ଆଗରେ ଦେଖି ସେ ମ୍ରିୟମାଣ ହୋଇଥିଲେ ଫଳରେ ବାରିପଦା ୟୁନର୍ଭସିଟିରେ ଅଧ୍ୟାପକ ପଦ ଛାଡି ପ୍ରଶାସନିକ ସେବା ପରୀକ୍ଷା ପାଇଁ ନୂଆଦିଲ୍ଲୀରେ ରହି ପ୍ରସ୍ତୁତ ହେଉଥିଲେ । କଠିନ ପରିଶ୍ରମ , ବାପା,ମା,ଓ ଗୁରୁଜନ ମାନଙ୍କୁ ଆର୍ଶିବାଦ,ଶିକ୍ଷକ ମାନଙ୍କ ପ୍ରେରଣା ତାଙ୍କୁ ଆଜି ପ୍ରଶାସନିକ ସେବା ପାଇଁ ବାଟ ଦେଖାଇଥିବା ରୁଦ୍ରମାଧବ ନିଜ ବକ୍ତବ୍ୟରେ କହିଥିଲେ । ଆଜିର ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ପୁରୋଧା ଭାବରେ ଉମେଶ ମହାକୁଡ, ଜ୍ୟୋତି ରଞ୍ଜନ ଲେଙ୍କା, ସମାଜ ସେବୀ ଶରତ ଦଳାଇ, ବିଜୟ ବେହେରା, ସୁରେଶ ସେଠୀ , ସରୋଜ ଲେଙ୍କା, ବଟ ବିଶ୍ୱାଳ, ପ୍ରିୟରଞ୍ଜନ ପ୍ରଧାନ, ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.