Home ଜିଲ୍ଲା ପରିକ୍ରମା କଲେଇ ପଂଚାୟତର ପୂର୍ବତନ ସରପଞ୍ଚ ଦିବଂଗତ ସୁରେନ୍ଦ୍ର ରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ପ୍ରତିମୂର୍ତ୍ତି ଉନ୍ମୋଚନ,...

କଲେଇ ପଂଚାୟତର ପୂର୍ବତନ ସରପଞ୍ଚ ଦିବଂଗତ ସୁରେନ୍ଦ୍ର ରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ପ୍ରତିମୂର୍ତ୍ତି ଉନ୍ମୋଚନ, ଅତିଥିମାନଙ୍କ ଦ୍ୱାରା ‘ଯଶ୍ୱସୀ ସୁରେନ୍ଦ୍ର’ ସ୍ମରଣିକା ଉନ୍ମୋଚିତ

117

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଣିଷ ମରିବ ଦିନେ, ଜନ୍ମ ହୋଇ ଦେବତା ବି ମରେ, ସାର୍ଥକ ଜୀବନ ତା’ର, ଯାହା ପାଇଁ ମାଟିଗୋଡି ଝୁରେ । ଏହିଭଳି ଜଣେ ଯଶ୍ୱସୀ ଓ ସାଲିସ୍ ବିହୀନ ନେତା ଥିଲେ ଦିବଂଗତ ପ୍ରାକ୍ତନ ସରପଞ୍ଚ ତଥା ସମାଜସେବୀ ସୁରେନ୍ଦ୍ର ରାୟ ବୋଲି ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସର୍ବଦଳୀୟ ବୈଠକର ପ୍ରତିମୂର୍ତ୍ତି ଉନ୍ମୋଚନ, ରକ୍ତଦାନ ଶିବିର ଓ ସ୍ମୃତି ସ୍ମରଣିକା ‘ଯଶ୍ୱସୀ ସୁରେନ୍ଦ୍ର’ ଉନ୍ମୋଚନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ରାୟଙ୍କ ଏହି ଶ୍ରାଦ୍ଧ ବାର୍ଷିକ ସ୍ମୃତିସଭାରେ ସ୍ଥାନୀୟ ଯୁବନେତା ଅଭିନ୍ନ ସୁନ୍ଦର ସାହୁ ସଭାପତିତ୍ୱ କରିଥିବାବେଳେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ରକ୍ତଦାନ ଶିବିରକୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ଜିଲା ପରିଷଧ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ପଂଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳ, ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନା, ବହୁଦରଡା ସରପଞ୍ଚ ମୁକୁନ୍ଦଦେବ ସାମଲ, ଭଦ୍ରକ ପଂଞ୍ଚାୟତ ସମିତି ପୂର୍ବତନ ଉପାଧ୍ୟକ୍ଷ ପ୍ରଫୁଲ୍ଲ ନାୟକ, ଯୁବନେତା ତୁଷାରକାନ୍ତି ପରିଡା, ଗୁଜିଦରଡା ପଂଚାୟତର ପୂର୍ବତନ ସରପଞ୍ଚ ମହମ୍ମଦ ଫାରହାତ ଆଲମ୍‌, ଯୁବନେତା ତଥାଗତ ସାମଲ, ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ମହାନ୍ତି, କେଦାରପୁରର ସମିତିସଭ୍ୟ ଯୋଗେନ୍ଦ୍ର ଘଡେଇ, ଚଣ୍ଡିଗାଁ ସମିତିସଭ୍ୟ ଇଂ ପ୍ର୍ରିୟବ୍ରତ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ରାୟଙ୍କ ତୈଳଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ ।

ଏବଂ ସମସ୍ତ ନେତୃମଣ୍ଡଳୀ ଦିବଂଗତ ରାୟଙ୍କ ସ୍ୱାଭିମାନ, ସଚ୍ଚୋଟପଣିଆ ଓ ସମାଜସେବାକୁ ଭୂୟସୀ ପ୍ରଶଂସା କରିବା ସହିତ ସେ ଯେଭଳି ଭାବେ ନବେ ଦଶକରୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ, ତାହା ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ରାୟଙ୍କ ପ୍ରତିମୂର୍ତ୍ତିକୁ ସାଂସଦ ଶ୍ରୀମତୀ ମଣ୍ଡଳ ଅନାବରଣ କରିଥିବାବେଳେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ବିଧାୟକ ଶ୍ରୀ ମଲ୍ଲିକ ଉଦ୍‌ଘାଟନ କରିଥିଲେ । ଏହି ରକ୍ତଦାନ ଶିବିରକୁ ଭଦ୍ରକ ବ୍ଲଡ୍ ବ୍ୟାଙ୍କର ରବିନାରାୟଣ ଖୁଣ୍ଟିଆ, ନିରଂଜନ ସାହୁ, ପ୍ରକାଶ ବେହେରା, ବିଜୟ କୁମାର ଖଟୁଆ ପ୍ରମୁଖ ପରିଚାଳନା କରିଥିଲେ । ଏହି ସଭାରେ ସ୍ୱର୍ଗତଃ ରାୟଙ୍କ ସାନଭାଇ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଦିବଂଗତ ରାୟଙ୍କ ସୁପୁତ୍ର ତଥା ଯୁବନେତା ତାପସ ରାୟ ଓ ଶିକ୍ଷାବିତ୍ ବାବୁଲା ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ ମଂଚାସୀନ ସମାଜସେବୀ ହୃଦାନନ୍ଦ ସେଠୀ, ଶିକ୍ଷାବିତ୍ ଜଗବନ୍ଧୁ ଦାସ ଓ ନିତ୍ୟାନନ୍ଦ ବେହେରା, ସମାଜସେବୀ ଜଗନ୍ନାଥ ରାୟ, ଯୁବ ସମାଜସେବୀ ସୁନୀଲ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଉପାଧ୍ୟକ୍ଷା ଶ୍ରୀମତୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ କଳାକାର ବର୍ଷା ପ୍ରିୟଦର୍ଶିନୀ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକମ ପରିବେଷଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.