Home ଜିଲ୍ଲା ପରିକ୍ରମା ରମ୍‌ଜାନଙ୍କୁ ପୂର୍ବ ଶତୃତାରୁ ଆକ୍ରମଣ

ରମ୍‌ଜାନଙ୍କୁ ପୂର୍ବ ଶତୃତାରୁ ଆକ୍ରମଣ

381

ନୟାଗଡ/୨୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରଣପୁର ଥାନା ବ୍ରଜରାଜପୁର ଗ୍ରାମ ପଂଚାୟତ ଲତାର ଗାଁ ମୁଣ୍ଡରେ ପୂର୍ବ ଶତୃତାକୁ କେନ୍ଦ୍ର କରି ବାମଡା ଗ୍ରାମର ରମ୍‌ଜାନ ଦିଲ୍ ଖାଁକୁ ଆକ୍ରମଣ ହୋଇଥିବା ଜଣା ପଡିଛି। ଆହତ ରମ୍‌ଜାନ୍ ହେଉଛନ୍ତି ବାମଡା ଗ୍ରାମର ଚନ୍ଦା ଖାଁଙ୍କ ପୁଅ। ଘଟଣାରୁ ପ୍ରକାଶ ରମ୍‌ଜାନ୍ କିଛି ଦିନ ତଳେ ଲତାର ଗ୍ରାମର ପ୍ରମୋଦିନୀ ଜେନା(ଛଦ୍ମନାମ) ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ କରି ନେଇଥିଲେ। ରଣପୁର ଥାନାରେ ଅଭିଯୋଗ ପରେ ପୋଲିସ୍ ଅପହୃତା ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ରମ୍‌ଜାନ୍ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ନାବାଳିକାକୁ ନୟାଗଡ ଅନାଥ ଆଶ୍ରମରେ ଛାଡିଥିଲେ। ଇତି ମଧ୍ୟରେ ଅଭିଯୁକ୍ତ ରମ୍‌ଜାନ୍ ଜାମିନ୍ ରେ ଆସିଥିବା ଜଣା ପଡିଛି। ପୁର୍ବ ଶତୃତାକୁ କେନ୍ଦ୍ର କରି ନାବାଳିକା ପ୍ରମୋଦିନୀର ଦାଦା ପ୍ରଦୀପ୍ ସହ ରମ୍‌ଜାନ୍‌ଙ୍କର ବଚସା ହୋଇଥିଲା। ବଚସା ପରେ ହାତାହାତି ହେବା ପରେ ପ୍ରଦୀପ୍‌ଙ୍କ ଆକ୍ରମଣରେ ରମ୍‌ଜାନ୍ ର ବାମ ହାତରେ ଗୁରୁତର ଆଘାତ ଲାଗିଥିବା ଜଣା ପଡିଛି। ଖବର ପାଇ ରଣପୁର ପୋଲିସ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣା ପଡିଛି। ରମ୍‌ଜାନ୍ କୁ ରଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ହାତରୁ ରକ୍ତ ସ୍ରାବ ବନ୍ଦ ନ ହେବାରୁ ଭୁବନେଶ୍ୱର ରେଫର କରାଯାଇଥିବା ଜଣା ପଡିଛି। ପୋଲିସ୍ ଏକ ମାମଲା ଋଜୁ କରି ଅଭିଯୁକ୍ତକୁ ଖୋଜୁଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.