Home ଜିଲ୍ଲା ପରିକ୍ରମା ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ଓଡ଼ିଆ ଛାତ୍ରନେତା

ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ଓଡ଼ିଆ ଛାତ୍ରନେତା

30

ବାଲେଶ୍ୱର, ୧୪ା୧(ଓଡ଼ିଆ ପୁଅ/ଅଭୟ ଦାସ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ୧୦ ଜଣ ଓଡ଼ିଆ ଛାତ୍ରନେତା ସ୍ଥାନ ପାଇବାକୁ ନେଇ ଏବିଭିପି ବାଲେଶ୍ୱର ଶାଖା ସନ୍ତୋଷ ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୌଭାଗ୍ୟ ମହାନ୍ତି ଓ ରାଜ୍ୟ ସହ ସମ୍ପାଦକ ଲକ୍ଷ୍ମୀନାରାୟଣ ନାୟକ ଯୋଗଦେଇ ଆଗାମୀ ଶିକ୍ଷାବର୍ଷ ପାଇଁ ସଂଗଠନର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ। ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏବିଭିପିର ୬୬ତମ ରାଷ୍ଟ୍ରୀୟ ଅଧିବେସନରେ ସର୍ବଭାରତୀୟ ଜନଜାତି ଛାତ୍ର ପ୍ରମୁଖ ଓ ପୂର୍ବକ୍ଷେତ୍ରର ସଂଗଠନ ସମ୍ପାଦକ ଭାବେ ଗୋବିନ୍ଦ ନାୟକଙ୍କୁ ଦାୟିତ୍ୱ ମିଳିଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ସ୍ମୃତିସୁଧା ସାହୁଙ୍କୁ କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟା, ଅଭିଲାଷ ପଣ୍ଡାଙ୍କୁ ଓଡିଶା ପ୍ରାନ୍ତ ସଂଗଠନ ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି। ଏହା ସହିତ ଓଡିଶାର ୬ ଜଣ ଛାତ୍ରନେତାଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି। ବାଲେଶ୍ୱର ଆଇନ ମହାବିଦ୍ୟାଳୟର ଛାତ୍ର ସୌଭାଗ୍ୟ ମହାନ୍ତି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ଆଗାମୀ ଦିନରେ ସଂଗଠନ ପକ୍ଷରୁ ଶିକ୍ଷାର ମାନ ବୃଦ୍ଧି ସହିତ ଆତ୍ମ ନିର୍ଭର୍ର ଭାରତ ନିର୍ମାଣ ଏବଂ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କର୍ମକର୍ତାମାନେ କହିଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ପ୍ରତିନିଧିଙ୍କ ସୁରକ୍ଷା ପ୍ରଦାନ ପାଇଁ ସେମାନେ ଦାବି କରିଥିଲେ। ଏହା ସହିତ କରୋନା କଟକଣା ଯୋଗୁଁ ଜନସାଧାରଣଙ୍କ ଉପାର୍ଜନ ହ୍ରାସ ପାଇଥିବାରୁ ଶିକ୍ଷାରେ ଶୁଳ୍କ ହ୍ରାସ, କୋଭିଡ ନିୟମାନୁଯାୟୀ ସମସ୍ତ ଶ୍ରେଣୀକୁ ଖୋଲିବା ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ଖାଲି ପଡିଥିବା ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ତୁରନ୍ତ ପୂରଣ ପାଇଁ ଏବିଭିପି ପକ୍ଷରୁ ଦାବି କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏବିଭିପିର ଜିଲ୍ଲା ସଂଯୋଜକ ସାଇ ପ୍ରିତମ ସେନାପତି ଓ ଜିଲ୍ଲା ସହ ସମ୍ପାଦକ ଜୀବନ ଜ୍ୟୋତି ରାଉତ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.