Home ଜିଲ୍ଲା ପରିକ୍ରମା ଏବିଭିପି ପକ୍ଷରୁ ଜିଲ୍ଲା ସ୍ତରୀୟ ସଦସ୍ୟତା କର୍ମଶାଳା, ଚଳିତ ଶିକ୍ଷା ବର୍ଷ ପାଇଁ ସଦସ୍ୟତା ପୋଷ୍ଟର...

ଏବିଭିପି ପକ୍ଷରୁ ଜିଲ୍ଲା ସ୍ତରୀୟ ସଦସ୍ୟତା କର୍ମଶାଳା, ଚଳିତ ଶିକ୍ଷା ବର୍ଷ ପାଇଁ ସଦସ୍ୟତା ପୋଷ୍ଟର ଉନ୍ମୋଚନ

3

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭଦ୍ରକ ଜିଲ୍ଲା ପକ୍ଷରୁ ଏକ ଦିବସୀୟ ସଦସ୍ୟତା କର୍ମଶାଳା ଗାନ୍ଧୀ ପଡ଼ିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାର ୭ଟି ବ୍ଲକ୍ ରୁ ୬୦ରୁ ଉର୍ଦ୍ଧ୍ୱ ଛାତ୍ରନେତା ଓ ଅଧ୍ୟାପକ ଯୋଗ ଦେଇଥିଲେ। ଏଥିରେ ବିଦ୍ୟାର୍ଥୀମାନଙ୍କୁ ନେଇ ସଦସ୍ୟତା ଅଭିଯାନ, ଛାତ୍ର ସଂସଦ ନିର୍ବାଚନରେ ସଦସ୍ୟତାର ପ୍ରଭାବ ଏବଂ ସଂଗଠନର ବିସ୍ତାର ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ସଦସ୍ୟତା ମାଧ୍ୟମରେ କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏବିଭିପି ସହ ଯୋଡ଼ା ଯାଇପାରିବ, ସେ ବିଷୟରେ କାର୍ଯ୍ୟକର୍ତାମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା। ଏହି ଅବସରରେ ସଂଗଠନ ପକ୍ଷରୁ ଯଏନ ଏବିଭିପି ପୋଷ୍ଟରର ଉନ୍ମୋଚନ କରାଯାଇଥିବା ସହିତ ଜିଲ୍ଲାର ୭ଟି ବ୍ଲକ୍ ଏବଂ ପ୍ରମୁଖ କଲେଜ କ୍ୟାମ୍ପସ ଗୁଡ଼ିକ ପାଇଁ ସଦସ୍ୟତା ପ୍ରମୁଖମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତା ସହ ଜିଲ୍ଲା ସଦସ୍ୟତା ସଂଯୋଜକ ଭାବେ ଦେବୀ ପ୍ରସାଦ ଦାସଙ୍କ ନାମ ଘୋଷଣା କରାଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାବଲମ୍ବୀ ଭାରତ ଅଭିଯାନର ଅଖିଳ ଭାରତୀୟ ପ୍ରମୁଖ ଦିନେଶ କୁମାର ଯାଦବ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ସଂଗଠନର କାର୍ଯ୍ୟ ପଦ୍ଧତି ଓ ପରିଷଦର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଆଦର୍ଶ ବିଷୟରେ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏବିଭିପି ଓଡ଼ିଶା ପୂର୍ବର ରାଜ୍ୟ ସହ ସମ୍ପାଦକ ଅଭିଳାଷ ତ୍ରିପାଠୀ, ବାଲେଶ୍ୱର ବିଭାଗ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ଜିଲ୍ଲା ପ୍ରମୁଖ ଡ. ବସନ୍ତ କୁମାର ଦୀକ୍ଷିତ, ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ଏବଂ ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି ପ୍ରମୁଖ ମଂଚରେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.