Home ଜିଲ୍ଲା ପରିକ୍ରମା ଇସ୍କନର ଅଦିନିଆ ରଥଯାତ୍ରାକୁ ଘୋର ବିରୋଧ

ଇସ୍କନର ଅଦିନିଆ ରଥଯାତ୍ରାକୁ ଘୋର ବିରୋଧ

2

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇସ୍କନର ବିଭିନ୍ନ ଦେଶରେ ପ୍ରଚଳିତ କରାଯାଉଥିବା ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ପକ୍ଷରୁ ଘୋର ବିରୋଧ କରାଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ଭାରତୀୟ ସଂସ୍କୃତିର ଦିଗ୍‌ଦର୍ଶକ ଭାବରେ ପ୍ରଚଳିତ ଥିବା ଭିନ୍ନ ପୁରାଣ, ପୋଥିର ନିର୍ଦ୍ଦେଶନାମାକୁ ବିରୋଧକରି ଅଦିନିଆ ରଥଯାତ୍ରା କରିବାର ଅଧିକାର ଇସ୍କନ ସଂସ୍ଥାର ନାହିଁ । ତେଣୁ ଏ ସଂପର୍କରେ ଆବ୍ୟଶକ ପ୍ରତିକାର କରିବାକୁ ଓଡ଼ିଶା ସରକାରଙ୍କ ମାଧ୍ୟମରେ ଭାରତ ସରକାରଙ୍କୁ ଜଣାଇବା ନିମନ୍ତେ ଓଡ଼ିଶା ପ୍ରଶାସନର ମୁଖ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରାଯାଇଅଛି । ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ବୈଠକ ଭଦ୍ରକସ୍ଥ ଶ୍ରୀବାଳଗୋପାଳ ମନ୍ଦିରର ପରିସରରେ ସମିତିର ମୁଖ୍ୟ ପରିଚାଳକ ପ୍ର:ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଶ୍ଚିମବଙ୍ଗର ସରକାରଙ୍କ ପକ୍ଷରୁ ଦୀଘାଠାରେ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରର ନାମର ଧାମ ଉଚ୍ଛେଦ କରାଯାଇଥିବାରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଶୁଭେନ୍ଦୁ ଅଧିକାରୀ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଆବାହକ ସେବକ ଶ୍ରୀ ଶରତ କୁମାର ସାହୁ , ସହ ଆବାହକ ଶ୍ରୀ ନାରାୟଣ ଚନ୍ଦ୍ର ପ୍ରଧାନ, ବାବୁଲାଲ ଦାଶ, ଗୋପବନ୍ଦୁ ମିଶ୍ର, କୃପାସିନ୍ଧୁ ନାୟକ, ସୁବାସ ଚନ୍ଦ୍ର ବଳ, ଉମେଶ ଚନ୍ଦ୍ର ମହାପାତ୍ର, ଲକ୍ଷ୍ମୀଧର ଖଟୁଆ, ସନେଇ ଶିଆଳ, ଅଜୟ ମିଶ୍ର ପ୍ରମୁଖ ବହୁ ସେବକ ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରସ୍ତାବକୁ ଦୃଢ଼ ସମର୍ଥନ ଜଣାଇଥିଲେ । ବୈଠକ ପ୍ରାରମ୍ଭରେ ଶ୍ରୀ ସାହୁ ଶ୍ରୀଜଗନ୍ନାଥଙ୍କ ସ୍ତୁତି ପାଠ ପୂର୍ବକ ସମିତିର ପୁର୍ନନବିକରଣ ଓ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.