Home Top News ଏପରି ଭୁଲ କେବେ କରିବେ ନାହିଁ, ଦେଖନ୍ତୁ ପରିଣାମ

ଏପରି ଭୁଲ କେବେ କରିବେ ନାହିଁ, ଦେଖନ୍ତୁ ପରିଣାମ

125

ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ସାମାନ୍ୟ ଅସାବଧାନତା ଜୀବନ ନେଇପାରେ। ନିଜ ଭୁଲ ପାଇଁ କେବଳ ଆପଣଙ୍କର କ୍ଷତି ହେବନାହିଁ। ଆପଣଙ୍କ ସହିତ ଅନ୍ୟମାନଙ୍କର ମଧ୍ୟ କ୍ଷତି ହୋଇପାରେ। ତେବେ ଏହି ଭିଡ଼ିଓଟି ଭଲ ଭାବରେ ଦେଖନ୍ତୁ। ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ଏକ ସ୍କୁଟର ଷ୍ଟାଟ ଅବସ୍ଥାରେ ନିଜର ଛୋଟ ପୁଅକୁ ଧରି ବସିଛନ୍ତି। ଏହି ସମୟରେ ଛୋଟ ପିଲାଟିର ହାତରେ ଏକ୍ସିଲେଟର ରହିଛି। ବ୍ୟକ୍ତିଙ୍କର ଏଥିପ୍ରତି ଧ୍ୟାନ ନାହିଁ। ବ୍ୟକ୍ତି ଜଣଙ୍କୁ ଅନ୍ୟ ଜଣେ ମହିଳା କିଛି ଦେଉଛନ୍ତି। ଠିକ ଏହି ସମୟରେ ପିଲାଟି ଏକ୍ସିଲେଟରଟି ମୋଡ଼ି ଦେଉଛି। ସ୍କୁଟର ତୁରନ୍ତ ଆଗକୁ ଚାଲିଯାଉଛି ଏବଂ ବ୍ୟକ୍ତି ଜଣକ ପଛପଟୁ ଓଲଟି ପଡ଼ି ତଳେ ପଡ଼ିଯାଉଛନ୍ତି। ସ୍କୁଟରଟି ମଧ୍ୟ ସନ୍ତୁଳନ ହରାଇ ତଳେ ପଡ଼ିଯାଉଛି। ପିଲାଟି ମଧ୍ୟ ତଳେ ପଡ଼ିଯାଉଛି। ଇତି ମଧ୍ୟରେ ନିକଟ ଘରୁ ଲୋକମାନେ ଆସି ବ୍ୟକ୍ତିଙ୍କୁ ଉଠାଉଛନ୍ତି ଏବଂ ପିଲାଟିକୁ ଉଠାଉଛନ୍ତି। ସ୍କୁଟରକୁ ମଧ୍ୟ ଉଠାଉଛନ୍ତି। କିନ୍ତୁ ଏଠାରେ କୁହାଯାଇପାରେଯେ, ସାଧାରଣ ଅସାବଧାନତା କାରଣରୁ ଏଭିଳି ଦୁର୍ଘଟଣା ବଡ଼ ଆକାରର ଧାରଣ କରିନପାରେ କିଏ ବା କହିପାରିବ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.