Home ଓଡ଼ିଶା ଏଥର ପ୍ରଦର୍ଶନୀ ପଡ଼ିଆରେ ସ୍ବାଧୀନତା ଦିବସ

ଏଥର ପ୍ରଦର୍ଶନୀ ପଡ଼ିଆରେ ସ୍ବାଧୀନତା ଦିବସ

187

ଭୁବନେଶ୍ଵର,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ ।

ଏଥର ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍ । ଏଥର କେତେକ ନୂତନ ନିୟମ କରାଯାଇଛି । ଦେଶର ରାଜଧାନୀ ଦିଲ୍ଲୀ ଶୈଳୀରେ ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରିବା ନେଇ ନିଷ୍ପତ୍ତି ହୋଇଛି ।

ଏଥିରେ ପୂର୍ବଥରମାନଙ୍କ ଭଳି ଛାତ୍ରଛାତ୍ରୀମାନେ ପରେଡରେ ଭାଗ ନେଇପାରିବେ ନାହିଁ । ଏଥର ଛାତ୍ରଛାତ୍ରୀମାନେ ଦର୍ଶକ ହୋଇ ପରେଡ୍ କାର୍ଯ୍ୟକ୍ରମକୁ ଉପଯୋଗ କରିବେ । ତେବେ କେବଳ ପୋଲିସ୍ କର୍ମଚାରୀମାନେ ସାମରିକ କଳା କୌଶଳ ପ୍ରଦର୍ଶନ କରିବେ । ପୂର୍ବରୁ ଭୁବନେଶ୍ୱର ଲୋୟର ପିଏମଜିରେ ଏହି ପରେଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଯାହାକୁ ଏଥର ପରିବର୍ତ୍ତନ କରାଯାଇ ପ୍ରଦର୍ଶନୀ ପଡ଼ିଆରେ କରିବାକୁ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.