Home ଓଡ଼ିଶା ଡିଜିପି ଆର୍ ପି ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ

ଡିଜିପି ଆର୍ ପି ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ

201

ଭୁବନେଶ୍ଵର,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଡିଜିପି ଆର୍‌.ପି ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ । ଏଥିପାଇଁ ଆର୍‌.ପି ଶର୍ମାଙ୍କ ନାମ ସୁପାରିସ୍‌ କରିଥିଲେ ଚୟନ କମିଟ୍‌ । ତେବେ ଚୟନ କମିଟ୍‌ଙ୍କ ସୁପାରିସକୁ ରାଜ୍ୟପାଳ ଗ୍ରହଣ କରିଥିବା ସୂଚନା ମଳିଛି ।  ଡିଜିପି ଆରପି ଶର୍ମା ଲୋକାୟକ୍ତ ସଦସ୍ୟ ଭାବେ ନିଯୁକ୍ତ ପାଇବେ ।

ତେବେ ଆର୍‌.ପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେଉଥିବାରୁ ତାଙ୍କ ସ୍ଥାନରେ ନୂଆ ଡିଜିପି ଖୁବ୍ ଶିଘ୍ର ନିଯୁକ୍ତି କରାଯିବ ।  ଆଜି ଆର୍‌.ପି ଶର୍ମା ଡିଜିପି ପଦରୁ ଇସ୍ତଫା ଦେଇପାରନ୍ତି । ଆର.ପି. ଶର୍ମା ସ୍ୱେଚ୍ଛାକୃତ ଡିଜିପି ପଦରୁ  ଅବସର ନେବାପାଇଁ  ଆବେଦନ କରିଥିଲେ। ତାଙ୍କର ଏହି ଆବେଦନ ବିଚାରାଧୀନ ରହିଥିବା ସୂଚନା ମିଳିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.