Home ଓଡ଼ିଶା ଏକ୍ସୟୁଭି ସହ ଟ୍ରକ ଦୁର୍ଘଟଣା ଗ୍ରସ୍ତ ଜଣେ ବୃଦ୍ଧା ଗୁରୁତର ଦୁଇ ଜଣ ଆହତ

ଏକ୍ସୟୁଭି ସହ ଟ୍ରକ ଦୁର୍ଘଟଣା ଗ୍ରସ୍ତ ଜଣେ ବୃଦ୍ଧା ଗୁରୁତର ଦୁଇ ଜଣ ଆହତ

140

ପଟାଙ୍ଗୀ ୮-୮ (ଓଡିଆ ପୁଅ/ମେଘା ଗୁଣ୍ଠା) ସେମିଳିଗୁଡା ବ୍ଲକ ଅନ୍ତର୍ଗତ କୁନ୍ଦୁଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ୨୬ନଂ ଜାତୀୟ ରାଜପଥର ସୁଣ୍ଡିପୁଙ୍ଗାର ଗ୍ରାମ ବ୍ରିଜ ନିକଟସ୍ଥ ବାଙ୍କଠାରେ ଏକ ଟ୍ରକ ସହ xuv କାର୍ ଧକ୍କା ହେବା ଫଳରେ ଏକ ପରିବାରର ବୃଦ୍ଧା ଗୁରୁତର ଏବଂ ଏକ ମହିଳା ଓ ପୁରୁଷ ଆହତ ହୋଇ ଚିକିତ୍ସି ହେଉଛନ୍ତି। ଘଟଣାରୁ ପ୍ରକାଶ ପୁକାଲି ଗ୍ରାମର ଏକ ପରିବାରର xuv କାର୍ କିଣି ଉକ୍ତ ଗାଡିକୁ ପୂଜା କରିବା ଲାଗି ଯାଉଥିବା ସମୟରେ ସୁଣ୍ଡି ପୁଙ୍ଗାର ଗ୍ରାମର ବ୍ରିଜ ପାର୍ଶ୍ଵସ୍ଥ ବ୍ୟାଙ୍କ ନିକଟରେ ପ୍ରବଳ ବର୍ଷା ଫଳରେ ରାସ୍ତା ଉପରେ ଜଳ ପ୍ରବାହ ଏବଂ ବର୍ଷା ଛିଟା ଯୋଗୁଁ ଅପର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ନଂ AP 35 X 4059 ସହ ଧକ୍କା ହୋଇଯାଇଥିଲା। ସୂଚନା ଅନୁଯାୟୀ ଉକ୍ତ ଦୁର୍ଘଟଣାରେ ଲୋଗେଶ୍ୱରୀ ରାଜୁ ବୟସ (୪୫) ଙ୍କ ମୁଣ୍ଡରେ ଗୁରୁତର ଆଘାତ ସହ ବାମ ଗୋଡ଼ ଭାଙ୍ଗିଥିବା, କଳ୍ପନା ରାଜୁ ବୟସ (70)ଙ୍କ ବାମ କାନ ଛିଣ୍ଡି ଯାଇଥିବା ଏବଂ, ଟିପି ପ୍ରସାଦ ରାଜୁ ବୟସ (୨୫) ଡାହାଣ ହାତ ଭାଙ୍ଗି ଥିବା ଜଣାପଡିଅଛି। ଆହତ ବ୍ୟକ୍ତି ଗୋଟିଏ ପରିବାରର ହୋଇଥିବା ବେଳେ ତାଙ୍କର ସହ ଛୋଟ ଝିଅ ରହିଥିଲେ ତାଙ୍କର କୈଣସି କ୍ଷତି ହୋଇ ନଥିବା ନେଇ ଜଣାପଡିଛି। ଆହତ ସମସ୍ତଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଟାଙ୍ଗିକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରିବା ସହ କୋରାପୁଟ ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଏନେଇ ପଟାଙ୍ଗି ଥାନାରେ ଏକ କେସ ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.