Home ଓଡ଼ିଶା ପଞ୍ଚଭୂତରେ ଲୀନ ହେଲା ସହିଦଙ୍କ ପାର୍ଥିବ ଶରୀର : ଶୋକାକୁଳ ବାଲିଗୁଡ଼ା

ପଞ୍ଚଭୂତରେ ଲୀନ ହେଲା ସହିଦଙ୍କ ପାର୍ଥିବ ଶରୀର : ଶୋକାକୁଳ ବାଲିଗୁଡ଼ା

254

ବାଲିଗୁଡା, ୮/୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହିର ବିଜୟ କୁମାର ପାତ୍ରଙ୍କ ପୁଅ ଦୀନେଶ କୁମାର ପାତ୍ର ବି.ଏସ.ଏଫ ୧୪୬ ବାଟାଲିଆନ ପଶ୍ଚିମବଙ୍ଗର ଶାନ୍ତିନଗର ବଙ୍ଗଳା ଦେଶ ବର୍ଡରରେ ସହିଦ ହୋଇଛନ୍ତି। ତିନି ଦିନ ତଳେ ବଙ୍ଗଳାଦେଶ ସୀମାରେ କାର୍ଯ୍ୟରେ ମୃତୟନ ସମୟରେ ବିଳମ୍ବିତ ରାତିରେ ସହୀଦ ହୋଇଥିଲେ ଦୀନେଶ। ଗୁରୁବାର ବି.ଏସ.ଏଫ ପକ୍ଷରୁ ଦୀନେଶଙ୍କ ମର ଶରୀର ବାଲିଗୁଡା ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମର ଶରୀର ବାଲିଗୁଡା ନୁଆସାହିରେ ପହଁଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ସାରା ସହର। ସହୀଦ ଯବାନ ଅମର ରହେ ଧ୍ଵନିରେ ପ୍ରକମ୍ପିତ ହୋଇଥିଲା ବାଲିଗୁଡା ସହର। ସହୀଦଙ୍କ ନୁଆସାହି ଘର ଠାରୁ ଶ୍ମଶାନ ପର୍ଯ୍ୟନ୍ତ ଛୁଟିଥିଲା ଲୋକଙ୍କ ଭିଡ଼. ନୁଆସାହି ସ୍ଥିତ ସ୍ମଶାନରେ ରାଷ୍ଟ୍ରୀୟ ସଲାମି ଜଣାଇବା ସହ ତୋପ ସଲାମି ଦିଆଯାଇଥିଲା। ବୀର ସହିଦଙ୍କୁ ଶେଷ ଦର୍ଶନ କରିବାକୁ ବାଲିଗୁଡାର ବିଧାୟକ ଚକ୍ରମଣି କହଁର, ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଏସଡିପିଓ ବିନୀତ ଅଗ୍ରୱାଲଙ୍କ ସମେତ ବହୁ ବୁଦ୍ଧିଜୀବୀ, ରାଜନେତା ତଥା ସହର ବାସି ପ୍ରମୁଖ ଉପସ୍ଥିତ ରହି ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବାଲିଗୁଡାର ବୀର ପୁଅଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହ ସମ୍ମାନ ଦିଆଯାଇ ଅନ୍ତିମ ସମସ୍କାର ସମ୍ପନ୍ନ ହୋଇଥିଲା। ବାଲିଗୁଡା ମାଟିର ସହୀଦ ବୀର ଯବାନ ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଥିବା ଦୀନେଶ ସବୁ ଦିନ ପାଇଁ ଅମର ହୋଇଛନ୍ତି। ସହୀଦଙ୍କ ପରିବାରକୁ ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ କହିଛନ୍ତି। ପ୍ରକାଶ ଯେ, ଗତ ୨୦୦୭ ମସିହାରେ ଦିନେଶ ବି ଏସ୍ ଏଫ୍ ରେ ଭର୍ତ୍ତି ହୋଇଥିଲେ। ଦୁଇ ବର୍ଷ ତଳେ ଦିନେଶ ବିବାହ କରିଥିଲେ ଏବଂ ଘରେ ବିଧବା ସ୍ତ୍ରୀ ସମେତ ଏକ ବର୍ଷର ଶିଶୁକନ୍ୟା ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.