Home ଓଡ଼ିଶା ଲଗାଣ ବର୍ଷାରେ ଅସ୍ଥାୟୀ କଲଭର୍ଟ ଧୋଇଗଲା କଳାହାଣ୍ଡି – କନ୍ଧମାଳ ଯୋଗାଯୋଗ ବିଛିନ୍ନ

ଲଗାଣ ବର୍ଷାରେ ଅସ୍ଥାୟୀ କଲଭର୍ଟ ଧୋଇଗଲା କଳାହାଣ୍ଡି – କନ୍ଧମାଳ ଯୋଗାଯୋଗ ବିଛିନ୍ନ

148

ବାଲିଗୁଡା, ୮/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ସାରା ରାଜ୍ୟରେ ଲାଗିରହିଛି ବର୍ଷା। ଲଗାଣ ବର୍ଷାରେ ବେହାଲ୍ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳ। ରବିବାର ରାତ୍ରିରୁ ଲଗାଣ ବର୍ଷା ହେବା ଫଳରେ ମଙ୍ଗଳ ବାର ସକାଳୁ ବାଲିଗୁଡା ବ୍ଲକ୍ ବାଟାଗୁଡା ୫୯ନଂ ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଉପରେ ଚାଲିଛି ପ୍ରବଳ ପାଣି ଯାହାକି, ଯାତାୟାତ ରେ ଘୋର ଅସୁବିଧା ହୋଇଛି। ସେପଟେ ଲଗାଣ ବର୍ଷାରେ ପୁଣି ଧୋଇଗଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ସିମାନ୍ତ ୫୯ନଂ ଜାତୀୟ ରାଜପଥ ର ମଣ୍ଡଳପଦର ନିକଟ ଅସ୍ଥାୟୀ ଡାଇଭର୍ସନ। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହଶହ ଗାଡ଼ି।କଳାହାଣ୍ଡି- କନ୍ଧମାଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡିଥିବାବେଳେ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.