Home କେନ୍ଦ୍ରାପଡ଼ା ଉନବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଉଦ୍‌ଘାଟିତ

ଉନବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଉଦ୍‌ଘାଟିତ

218

କେନ୍ଦ୍ରାପଡା ୬/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କଳା, ସଂସ୍କୃତି ଓ ବୈାଦ୍ଧିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ ଆନୁକୁଲ୍ୟରେ ଆୟୋଜିତ ଉନବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ଟେଲିକମ୍ ଗ୍ରାଉଣ୍ଡରେ ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପ୍ରଦୀପ ପ୍ରଜ୍ୱଳନକରି ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ପୁସ୍ତକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଅତିଥିମାନେ ଏହି ପୁସ୍ତକ ମେଳାକୁ ଉଦଘାଟନ କରି ସଂପ୍ରତି ବିଜ୍ଞାନ ପରିବର୍ତ୍ତିତ ସ୍ଥିତିରେ ଅନେକ ବିକାଶ ଆଣିଛି, ହେଲେ ସାମାଜିକ ଅସମାନତା ସୃଷ୍ଠି କରିଛି। ସାମାଜିକ ଆନ୍ଦୋଳନର ଆବଶ୍ୟକତା ଥିବା ବେଳେ ପୁସ୍ତକ ମେଳା ଏହାର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ପ୍ରତି ଆକୃଷ୍ଠ କରିବା ପାଇଁ ଅଭିଭାବକମାନେ ଯତ୍ନଶୀଳ ହେବା ଉଚିତ୍। ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡଃ. ଜୟନ୍ତୀ ରଥ ପୁସ୍ତକ ଏକ ବିଶାଳ ବୃକ୍ଷ। ଏହା ପାଠକକୁ ଶିତଳ ଛାୟା ପ୍ରଦାନ କରେ ବୋଲି କହିଥିଲେ। ବିଶିଷ୍ଠ ଅତିଥି ଭାବେ କବି ପ୍ରଭାସିନୀ ମହାକୁଡ, ବରିଷ୍ଠ ସାହିତ୍ୟିକ ଦୀପକ ସାମନ୍ତରାୟ ଓ ପୂର୍ବତଟ ରେଳପଥର ବରିଷ୍ଠ ଲୋକସଂପର୍କ ଅଧିକାରୀ ତଥା ବରିଷ୍ଠ କବି ନିରାକାର ଦାସ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମେଳା ଆୟୋଜନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ କେମର ସଦସ୍ୟ ମାତୃଦତ୍ତ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସଭାପତି ଅକ୍ଷୟ ପାଣି ସଭାପତିତ୍ୱ କରିଥିଲେ ଓ ସମ୍ପାଦକ ଜାହିଦ୍ ଖାଁ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କଦ୍ୱାରା କେନ୍ଦ୍ରାପଡା ଇଭେଣ୍ଟମ୍ୟାନେଜର୍ସ ପକ୍ଷରୁ ପ୍ରକାଶିତ ଓ ଡଃ ବିରଜା ରାଉତରାୟଙ୍କ ଦ୍ୱାରା ସମ୍ପାଦିତ କେନ୍ଦ୍ରାପଡା ଜିଲ୍ଲାର “ମଠ ସଂସ୍କୃତି” ବିଶେଷାଙ୍କ ମୁଖପତ୍ର “କେନ୍ଦ୍ରାପଡା ପରିକ୍ରମା” ଉନ୍ମୋଚିତ ହୋଇଥିଲା। ଏହି ମୁଖପତ୍ରରେ ଜିଲାର ମଠ ସଂସ୍କୃତି ଉପରେ ଆଧାରିତ ତଥ୍ୟ ଉପସ୍ଥାପିତ କରାଯାଇଛି। କେନ୍ଦ୍ରାପଡା ଭାବଗ୍ରାହୀ କଳା ନିକେତନ କଳାକାରମାନଙ୍କ ଦ୍ୱାରା ସା୍ୱଗତ ସଂଙ୍ଗିତ ପରିବେଷଣ କରାଯାଇଥିଲା ଓ ମନସ୍ୱୀ ଦାସ ବେଦପାଠ କରିଥିଲେ। ଏହି ଅବସରରେ ଅପରାହ୍ନରେ ସ୍କୁଲ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ରାଙ୍କନ, ତର୍କ, ପ୍ରବନ୍ଧ ଉପରେ ପ୍ରତିଯୋଗୀତା ସାଂସ୍କୃତିକ ସମ୍ପାଦକ ହିମାଂଶୁ ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଶେଷରେ ଜ୍ୟୋତି ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ସମ୍ବିତ ଶ୍ରୀଚନ୍ଦନ, ପ୍ରଦ୍ୟୁମ୍ନ ବେହୁରା, ଶେଷଦେବ ଦାସ, ଧର୍ମଦର୍ଶୀ କର, ଲଲିତେନ୍ଦୁ ପଣ୍ଡା, ଶାନ୍ତନୁ ମଲ୍ଲିକ, ନେହୁରୁ କୁମାର ସାହୁ, ତାରିଣୀ କୁମାର ପାଟ୍ଟଯୋଷୀ, ଯଯାତି କେଶରୀ ମହାନ୍ତି, ମନୋଜ କୁମାର ଦାସ, ଲକ୍ଷ୍ମୀକାନ୍ତ ନାୟକ, କ୍ଷୀରୋଦ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ମେଳାରେ ବହୁ ପ୍ରତିଷ୍ଠିତ ପ୍ରକାଶକ ମାନଙ୍କ ଦ୍ୱାରା ୬୦ଟି ଷ୍ଟଲ ଅଂଶଗ୍ରହଣ କରିଛନ୍ତି ଓ ଏହା ଜାନୁଆରୀ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସାଭାପତି ଶ୍ରୀ ପାଣି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.