Home କଳାହାଣ୍ଡି ଉତ୍ତମ କିସମର ଧାନ ଦେବାକୁ କହି ବାପନା ଧାନ ବିହନ କମ୍ପାନୀ ଦ୍ୱାରା ବିହନ ଠକେଇ...

ଉତ୍ତମ କିସମର ଧାନ ଦେବାକୁ କହି ବାପନା ଧାନ ବିହନ କମ୍ପାନୀ ଦ୍ୱାରା ବିହନ ଠକେଇ ଅଭିଯୋଗ

157

କଳାହାଣ୍ଡି- ୨-୧୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଚଳିତ ଖରିଫ ଧାନ ଚାଷ କରିବା ପୂର୍ବରୁ ବିହନ ଖୋଜା ସମୟରେ ଉତମ କିସମ ର ଦୀର୍ଘ ସମୟର ଧାନ ବିହନ ବୋଲି କହି ବାପନା ଧାନ ବିହନ କମ୍ପାନୀ ଦ୍ୱାରା ଚାଷୀଙ୍କୁ ଠକେଇ କରି ଛୋଟଧାନ ବିହନ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଦୁଇଫସଲି ଧାନଚାଷ ହେବା ପରେ ଚାଷି ନିଜସ୍ୱ ଧାନ ବିହନ ସଂରକ୍ଷଣ କରିପାରୁନଥିବା ସହିତ କେତେକାଂଶରେ ଅଧିକ ଅମଳ ଆଶାରେ ଚାଷିମାନେ ବିଭିନ୍ନ ହାଇବ୍ରିଡ ଧାନ ବିହନ ଖୋଜୁଥିବା ବେଳେ ଏହାର ସୁଯୋଗ ନେଇ ବାପନା ଧାନ ବିହନ କମ୍ପାନୀ ଭଲି କେତେକ କମ୍ପାନୀ ଚାଷୀଙ୍କୁ ଠକେଇ କରୁଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ଗତ ଖରିଫ ଧାନ ଚାଷ ପ୍ରାରମ୍ଭରୁ କେତେଜଣ ଚାଷୀ ଜୁନାଗଡ ବ୍ଲକ ର ଜିଲିଂଦରସ୍ଥିତ ଚାଷ ଜମିରେ ଧାନ ଚାଷ କରିବା ପାଇଁ ବହୁ ପ୍ରଚାରିତ ବାପନା ଧାନ ବିହନ କମ୍ପାନୀର ବାହୁବଳୀ ରିସର୍ଚ୍ଚ କିସମ ଧାନ ଚାଷ କରିବା ପାଇଁ କମ୍ପାନୀର କର୍ମଚାରୀ ମାନେ ପ୍ରବର୍ତାଇଥିବାର ପ୍ରକାଶ। ବାପନା କମ୍ପାନୀ ତରଫରୁ ଏହି ବାହୁବଳୀ ରିସର୍ଚ୍ଚ କିସମ ଧାନ ଏକଶହ କୋଡିଏ ଦିନରୁ ଏକଶହ ପଚିଶ ଦିନ (୧୨୦ ରୁ ୧୨୫) ଦିନ ମଧ୍ୟରେ ଅମଳ ହେବ ବୋଲି କମ୍ପାନୀ ତରଫରୁ ଚାଷୀ ମାନଙ୍କୁ କୁହାଯାଇଥିବା ଚାଷୀ ମାନଙ୍କ ସୂତ୍ରରୁ ପ୍ରକାଶ। କିନ୍ତୁ ଧାନ ତଳିପକାଇବାର ୬୦ ଦିନ ମଧ୍ୟରେ ଧାନ ବାହାରିବାର ଆରମ୍ଭ ହୋଇଯିବା ଫଳରେ ଗଛ ବଢିପାରିନଥିବା ଏବଂ ଧାନ କେଣ୍ଡା ଆକାର ଛୋଟ ହୋଇଯାଇଥିବା ଚାଷି ମାନଙ୍କ ସୂତ୍ରରୁ ପ୍ରକାଶ। ଧାନ ଗଛ ଠିକ ଭାବେ ହୃଷ୍ଟପୃଷ୍ଟ ହୋଇପାରିନଥିବା ଏବଂ ଅଳ୍ପ କିଛି ଧାନ ବର୍ତମାନ ପାଚିଯାଇଥିବା ଏବଂ ଆଉ କିଛି ପାଚିବାକୁ ଥିବା ବେଳେ ଏବଂ ଆଉ କିଛି ଧାନ ଗଛରେ ଧାନ ବାହାରିଥିବା ଜଣାପଡିଛି। ଏଭଲି ଅନିୟମିତତା ଭାବରେ ଧାନ ଗଛ ସବୁ ରେ ଧାନ ହେଉଥିବା ଚାଷିମାନେ ଅଭିଯୋଗ କରିଥିବା ଜଣାପଡିଛି। ଯାହାଫଳରେ ଧାନ ଅଧିକ ଅମଳ ହେବା ବଦଳରେ ଧାନ ଅମଳ କେବେ କରାହେବ ତାହା ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରିସର୍ଚ୍ଚ କିସମର ଧାନ ବୋଲି କହି ଚାଷିମାନଙ୍କୁ ଅଧିକ ଅମଳ ହେବା ଆଶା ଦେଖାଇ ବାପନା କମ୍ପାନୀ ଠକି ଦେଇଥିବା ଚାଷି ମହଲରେ ଅଭିଯୋଗ ହେଉଛି।

ସ୍ୱଳ୍ପ ମିଆଦିର ମିଶା ଧାନ ବିହନ ଯୋଗାଇ ଦେଇ ଚାଷୀମାନଙ୍କୁ ଦୀର୍ଘ ମିଆଦିର ରିସର୍ଚ୍ଚ କିସମର ଧାନ ବିହନ ବୋଲି ଠକିଦେଇଥିବା ଏହି ବାପନା କମ୍ପାନୀର କର୍ମକର୍ତା ମାନେ ବର୍ତମାନ ଚାଷୀମାନଙ୍କୁ ଆଉ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ଏପରିସ୍ଥଳେ ଚାଷୀ କିପରି ଅଧିକ ଅମଳ କରିବ ତାହା ପ୍ରଶ୍ନବାଚୀ ହୋଇଯାଇଛି।

ଏ ସଂପର୍କରେ ଚାଷୀ ମାନଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି। କୃଷିବିଭାଗ ପଦାଧିକାରୀ ମାନେ ଏସଂପର୍କରେ କିଛି ମଧ୍ୟ କହୁନଥିବା ବେଳେ କଳାହାଣ୍ଡିରେ ଅନେକ ଲାଭ ଖୋର ବେପାରି ବିଭିନ୍ନ କିସମର ବିହନ ଯୋଗାଣ କରୁଥିବା ସଂପର୍କରେ କୌଣସି ତଥ୍ୟ ରଖୂନଥିବା ଜଣାପଡିଛି। ବିହନ ଯୋଗାଣ ସଂପର୍କରେ ବିଭାଗୀକୁ ନିୟନ୍ତ୍ରଣ ରହୁନଥିବା ହେତୁ ଏଭଲି ବାବେ ଚାଷୀ ଶୋଷିତ ହେଉଥିବା ହେତୁ ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଉଚିତ ପଦକ୍ଷେପ ନେବାକୁ ଚାଷି ମହଲରେ ଦୃଢ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.