Home ଉପ ନିର୍ବାଚନ ଶାସକଦଳ ବିଜେଡିର ମନ୍ତ୍ରୀ ଓ ବିଧାୟକଙ୍କ ରହଣିକୁ ନେଇ ପ୍ରଶ୍ନ : ମନ୍ତ୍ରୀ-ବିଧାୟକଙ୍କ ବାଲେଶ୍ୱର ଅନୁପ୍ରବେଶ...

ଶାସକଦଳ ବିଜେଡିର ମନ୍ତ୍ରୀ ଓ ବିଧାୟକଙ୍କ ରହଣିକୁ ନେଇ ପ୍ରଶ୍ନ : ମନ୍ତ୍ରୀ-ବିଧାୟକଙ୍କ ବାଲେଶ୍ୱର ଅନୁପ୍ରବେଶ ରୋକିବାକୁ ବିଜେପିର ଦାବି

43

ବାଲେଶ୍ୱର, ୧-୧୧(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା ୩ ତାରିଖରେ ବାଲେଶ୍ୱରରେ ହେବାକୁ ଥିବା ସଦର ଉପ-ନିର୍ବାଚନ ପାଇଁ ଆଜି ସଂଧ୍ୟା ସୁଦ୍ଧା ପ୍ରଚାର କାର୍ଯ୍ୟ ଶେଷ ହୋଇଥିବା ବେଳେ ନିର୍ବାଚନମଣ୍ଡଳୀ ସୀମାରେ ଶାସକଦଳ ବିଜେଡିର ମନ୍ତ୍ରୀ ଓ ବିଧାୟକଙ୍କ ରହଣିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଏନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ କେ ସୁଦର୍ଶନକୁ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତ ସହ ନିର୍ବାଚନମଣ୍ଡଳୀ ପାଶ୍ୱର୍ରେ ଡେରା ପକାଇଥିବା ଶାସକଦଳର ବିଧାୟକ, ନେତା ଓ ମନ୍ତ୍ରୀଙ୍କୁ ହଟାଇବା ପାଇଁ ଦାବି କରିଥିଲେ। ବିଶେଷ କରି ସଦର ନିର୍ବାଚନମଣ୍ଡଳୀ ମଧ୍ୟରେ ଏବଂ ପାଶ୍ୱର୍ସ୍ଥ ନୋସି ବିଜିନେସ ପାର୍କ ସମେତ ବିଭିନ୍ନ ହୋଟେଲ, ଲଜ୍ ଓ ଗେଷ୍ଟହାଉସରେ ଏହି ମନ୍ତ୍ରୀ ଓ ବିଧାୟକମାନେ ଏବେ ରହିଛନ୍ତି। ଆଜି ଓ ଆସନ୍ତାକାଲି ସଂଧ୍ୟାଠାରୁ ସେମାନେ ପୌରାଞ୍ଚଳ ଓ ପଞ୍ଚାୟତମାନଙ୍କରେ କର୍ମୀଙ୍କ ସହଯୋଗରେ ଭୋଟରଙ୍କ ଘରକୁ ଘର ବୁଲି ଟଙ୍କା ବାଣ୍ଟିବେ ବୋଲି ବିଜେପି ନେତ୍ରୀ ସନ୍ଦେହ ପ୍ରକାଶ କରିଛନ୍ତି। ଚଳିତ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ସ୍ଥିତିରେ ଥିବା ବେଳେ କୌଣସି ମତେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ୍ତ୍ରୀ ଓ ବିଧାୟକମାନେ ଭୋଟରଙ୍କୁ ଟଙ୍କା ଦ୍ୱାରା ପ୍ରଭାବିତ କରିବେ ବୋଲି ସେ କହିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବାକୁ ଯାଉଥିବା ଏହି ମନ୍ତ୍ରୀ ଓ ବିଧାୟକଙ୍କୁ ତୁରନ୍ତ ସେଠାରୁ ବାହାର କରିବା ପାଇଁ ବିଜେପି ନେତ୍ରୀ ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି। ନତୁବା ବିଜେପି କର୍ମୀମାନେ ବାଧ୍ୟ ହୋଇ ସେମାନେ ରହୁଥିବା ସ୍ଥାନରେ ଧାରଣା ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି। ଏନେଇ ବିଜେପି ପ୍ରତିନିଧି ଦଳଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନ ବେଳେ ଶ୍ରୀମତୀ ସାମନ୍ତସିଂହାରଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.