Home ଓଡ଼ିଶା ପାଟଣାଗଡ଼ ବ୍ଲକ ତମିଆ ବ୍ରିଜ ଭୁଶୁଡିବା ନେଇ ତଦନ୍ତ କରିବେ ଟେକ୍ନିକାଲ ଏକ୍ସପର୍ଟ

ପାଟଣାଗଡ଼ ବ୍ଲକ ତମିଆ ବ୍ରିଜ ଭୁଶୁଡିବା ନେଇ ତଦନ୍ତ କରିବେ ଟେକ୍ନିକାଲ ଏକ୍ସପର୍ଟ

86

ବଲାଙ୍ଗୀର, ୨-୧୧ : (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ରୁ ମୁଦଲସର୍ ଗ୍ରାମ ରାସ୍ତାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ବ୍ରିଜ୍ ଭୁଷୁଡିବା ନେଇ ଗତ ତିନି ମାସ ତଳେ ବେଶ ହଇଚଇ ସୃଷ୍ଟି ହେବା ସହ ଆରୋପ ପ୍ରତ୍ୟାରୋପ ଦେଖାଦେଇଥିବା ବେଳେ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହୋଇଆସୁଥିବା ବେଳେ ଓଡିଶା ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ଅଭିଯୁକ୍ତ କଣ୍ଟ୍ରାକ୍ଟର ସଂଜୟ ଅଗ୍ରୱାଲ, ଓ ଆର୍ ଡବ୍ଲୁ ବିଭାଗର ୩ ଜଣ ନିର୍ବାହୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଥିଲା। ଉକ୍ତ ଭଙ୍ଗା ବ୍ରିଜ୍ରର ମାନ ପରୀକ୍ଷା ପାଇଁ ଭିଜିଲାନ୍ସ ର ଟେକନିକାଲ ଏକ୍ସପର୍ଟ ଆସିବେ ବୋଲି ବଲାଙ୍ଗିର ଜିଲ୍ଲା ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି। ତେବେ ଏହି ତଦନ୍ତ କରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.