Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ପଞ୍ଚମ ସଂଧ୍ୟ୍ୟା, ମାଟି ଓ ମଣିଷର କଥା କହେ ମହୋତ୍ସବ,...

ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ପଞ୍ଚମ ସଂଧ୍ୟ୍ୟା, ମାଟି ଓ ମଣିଷର କଥା କହେ ମହୋତ୍ସବ, ଢ଼େଙ୍କାନାଳର ପାଇକ ଆଖଡା ଓ ମନ୍ଦିରା ଡ୍ୟାନ୍ସରେ ଦର୍ଶକ ବିଭୋର

5

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଚାଲୁଥିବା ଶ୍ୟାମଭାଇ ଲୁଗା ବଜାର ପ୍ରାୟୋଜିତ ଦଶମ ବାର୍ଷିକ ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ପଞ୍ଚମ ସାଂସ୍କୃତିକ ସଂଧ୍ୟ୍ୟା ଅନୁଷ୍ଠିତ ହୋଇଯାଇଛି । କମିଟି ସଂମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ଙ୍କ ମଞ୍ଚ ସଂଯୋଜନାରେ ସଭାପତି ତଥା ହାଇକୋର୍ଟର ଆଇନ ଜୀବି ମନୋଜ ରାୟ ସଭାକୁ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ଦିରା ସ୍କୁଲ ଅଫ୍ ଡ୍ୟାନ୍ସ ଏକାଡେମିର ଅଧ୍ୟକ୍ଷା ତଥା ଓଡିଶା ସଂଗୀତ ନାଟକ ଏକାଡେମିର ଜିଲ୍ଲା ପ୍ରତିନିଧି ଶ୍ୱେତପଦ୍ମା ଦାସ ବେହେରା ଯୋଗଦେଇ କହିଲେ ଆଗରପଡା କଳା ସଂସ୍କୃତିର ମାଟି ଏହି ମାଟିରେ କଳା ସଂସ୍କୃତି ଭରି ରହିଥିବା ବେଳେ ଅଭିନେତ୍ରୀ ଏଲିନା ସାମନ୍ତ ରାୟ, ବନିଜା ପାଣ୍ଡା ପରି ଅନେକ ଆଗଧାଡିର ନାୟିକା ଅଛନ୍ତି । ଐତିହ୍ୟ, ସଂସ୍କୃତି ପରମ୍ପରାର ମାଟି ହୋଇଥିବା ବେଳେ ମହୋତ୍ସବ ମାଟି ଓ ମଣିଷର କଥା କହେ । ମୁଖ୍ୟ ବକ୍ତା ଭାବେ ମୋଗଲ ତାମସାର ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ ଯୋଗ ଦେଇ ସଂସ୍କୃତି ଓ ଅପସଂସ୍କୃତିର ଦୋଛକିରେ ପଥଭ୍ରଷ୍ଟ ବିପଥ ଗାମୀ ଯୁବ ଶକ୍ତିଙ୍କ ମାନସିକ ପରିବର୍ତ୍ତନ ଓ କାର୍ଯ୍ୟବୋଧ ପ୍ରତି ଅଙ୍ଗିକାରବଦ୍ଧତାର ବିରଳ ଦୃଷ୍ଟାନ୍ତ ବୋଲି କହି ହିନ୍ଦୁ ମୁସଲିମ ଭାଇଚାରାର ପ୍ରତିକ ଭଦ୍ରକ ପ୍ରସିଦ୍ଧ ମୋଗଲ ତାମସାର ସଂଳାପ ଶୁଣାଇଥିଲେ ।

ଅନ୍ୟତମ ଅତିଥି ଭାବେ କମିଟିର ସାଂସ୍କୃତିକ ସଂମ୍ପାଦିକା ମମତା ମହାନ୍ତି, ଉପଦେଷ୍ଟା ହରମୋହନ ପଣ୍ଡା, ସୁବୋଧ ସାହୁ, କୈଳାଶ ଚନ୍ଦ୍ର ଧଳ, ସନ୍ତୋଷ ମହାନ୍ତି ପ୍ରମୁଖ ଯୋଗଦେଇ ଏହି ମହୋତ୍ସବର ଉତ୍ତୋରତ୍ତର କାମନା କରିବା ସହ କମିଟିର ଏତାଦୃଶ୍ୟ କାର୍ଯ୍ୟକ୍ରମକୁ ଭୃୟସୀ ପ୍ରଶଂସା କରିଥିଲେ । ଉପ-ସଭାପତି ନୃତ୍ୟ ଗୁରୁ ସୁଭେନ୍ଦୁ ଲେଙ୍କା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଆବସରରେ ଆଗରପଡା ଅଞ୍ଚଳର ବିଶିଷ୍ଠ ମୂର୍ତ୍ତି କାରିଗର ପ୍ରଦୀପ କୁମାର ସାହୁ ଓ ଯୁବ ସାମ୍ବାଦିକ ଜଗନ୍ନାଥ ପଳତାଙ୍କୁ ନିଜର କାର୍ଯ୍ୟ ଦକ୍ଷତା ପାଇଁ କମିଟି ପକ୍ଷରୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଦିତ କରାଯାଇଥିଲା । ୫ମ ସଂଧ୍ୟାର ଦର୍ଶକ ମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲା ଢେଙ୍କାନାଳର ପାଇକ ଆଖଡା ଓ ମନ୍ଦିରା ଡ୍ୟାନ୍ସ ଗ୍ରୁପ୍ କଳାକାରଙ୍କ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକ ମାନେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ମାମୁନି ସିଂହ,ଦୀପକ ପୁରୀ, ଚିତରଞ୍ଜନ ଦାଶ, ପ୍ରଜ୍ଞା ପ୍ରିୟଦର୍ଶନୀ କଟୁଆଳ, ଗାୟତ୍ରୀ ଦାସ, ସୁରେଶ ପରିଡା, ସନ୍ତୋଷ ପୁହାଣ, ନିତ୍ୟାନନ୍ଦ ସିଂହ, ଅଶୋକ ପରିଡା, ମାନସ ତିୱାରୀ, ସମ୍ରାଟ ସିଂହ, ସୁଶାନ୍ତ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.