Home କେନ୍ଦୁଝର ବଡ଼ବିଲ ସରସ୍ବତୀ ଶିଶୁ ମନ୍ଦିର ଓ ଏଭିରୀ ଗ୍ରୀନ ୱେଲନେଶ ତରଫରୁ ଯୋଗ ଦିବସ ପାଳନ

ବଡ଼ବିଲ ସରସ୍ବତୀ ଶିଶୁ ମନ୍ଦିର ଓ ଏଭିରୀ ଗ୍ରୀନ ୱେଲନେଶ ତରଫରୁ ଯୋଗ ଦିବସ ପାଳନ

110

ବଡ଼ବିଲ, ତା ୨୧ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଜୁନ୍ ୨୧କୁ ବଡ଼ବିଲ ସରସ୍ବତୀ ଶିଶୁ ମନ୍ଦିର ଓ ଏଭିରୀ ଗ୍ରୀନ ୱେଲନେଶ ତରଫରୁ ଯୋଗ ଦିବସ ପାଳନ କଲେ । ଯୋଗ କରିବା ଦ୍ୱାରା ଶରୀର ଓ ମନର ସର୍ବୋତ୍ତମ ସ୍ୱାସ୍ଥ୍ୟ ରକ୍ଷା ହିଁ ସମ୍ଭବ । ସେଥିଲାଗି ବିଶ୍ୱବ୍ୟାପି ଲୋକ ଏବେ ସୁସ୍ଥ ରହିବା ପାଇଁ ଯୋଗକୁ ଆପଣେଇ ନେଇଛନ୍ତି । ଏହା ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀରକୁ ସଂଯୋଗ କରିଥାଏ । ଯୋଗ କରିବା ଦ୍ୱାରା ଚିନ୍ତା, କ୍ରିୟା, ସଂଯମ ଏବଂ ପୂର୍ଣ୍ଣତା ଆଣିବା ଲାଗି ଏକ ସିଦ୍ଧ ଉପଚାର । ତେଣୁ ପ୍ରତିବର୍ଷ ଜୁନ ୨୧କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଏ । ଯୋଗ ଶବ୍ଦର ଅର୍ଥ ସଂସ୍କୃତ ଧାତୁ “ଯୁଜ୍” ରୁ ଯୋଗ ଶବ୍ଦ ଆସିଛି, ଯାହାର ଅର୍ଥ ହେଉଛି ଯୋଡିବା । ଶରୀର ମନକୁ ,ମନ ଓ ଆତ୍ମାକୁ ଗୋଟିଏ ସୁତ୍ରରେ ବାନ୍ଦିବା । ଏଥି ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସ ବଡ଼ବିଲ ସରସ୍ବତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତ ସମେତ ୫୫ ଜଣ ଗୁରୁଜୀ ଓ ଗୁରୁମା, ଅଭିବାବକ ଉପସ୍ଥିତ ରହି ମହାମାରୀ କରୋନା ପାଇଁ ସାମାଜିକ ଦୂରତାକୁ ଅବଲମ୍ବନ କରି ଯୋଗ ଆରମ୍ଭ କରିଥିଲେ । ଏଥିରେ ଯୋଗ ଶିକ୍ଷିକ ଶ୍ରୀଯୁକ୍ତ ନଳିନୀକାନ୍ତ ମହାନ୍ତ ଓ ଶ୍ରୀମତି ବୀଣାପାଣି ମହାନ୍ତ ରହି ବିଭିନ୍ନ ପ୍ରକାର ଆସନ ଓ ପ୍ରାଣାୟମ ସହିତ ଉପକାରୀତା ସମ୍ବନ୍ଦରେ ଆଲୋଚନା କରିଥିଲେ । ସେହିପରି ବଡ଼ବିଲ ଏଭିରୀ ଗ୍ରୀନ ୱେଲନେସ ତରଫରୁ ଶ୍ରୀଯୁକ୍ତ ପ୍ରଭୁଦତ୍ତ ମହାନ୍ତ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଉଛି ଯୋଗ । ସବୁଦିନ ସକାଳ ହେଲେ ତାଙ୍କର ପରିବାର ସହ ପାଖ ପଡୋଶୀ ସମସ୍ତେ ଯୋଗ କରିଥାନ୍ତି । ପ୍ରଭୁଦତ୍ତ ମହାନ୍ତ ନିଜେ ଯୋଗର ତାଲିମ ଦେବା ସହ ସୁସ୍ଥ ରହିବା ସହ ଜନ ସମାଜ କିପରି ସୁସ୍ଥ ରହିବ ସେ ବିଷୟରେ ଲୋକମାନଙ୍କୁ ବାର୍ତ୍ତା ଦେଇଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.