Home ଓଡ଼ିଶା ଇସ୍ପାତ ନିର୍ମାଣକାରୀଙ୍କ ସହ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୈଠକ – ଭିଲାଇ ଇସ୍ପାତ...

ଇସ୍ପାତ ନିର୍ମାଣକାରୀଙ୍କ ସହ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୈଠକ – ଭିଲାଇ ଇସ୍ପାତ କାରଖାନାରେ ଉତ୍ପାଦନ କ୍ଲଷ୍ଟର ନିର୍ମାଣ ପାଇଁ ରୋଡ ମ୍ୟାପ ଉପରେ ଆଲୋଚନା

408

ନୂଆଦିଲ୍ଲୀ ୪-୬ (ଓଡ଼ିଆ ପୁଅ) ଭିଲାଇ ଇସ୍ପାତ କାରଖାନାରେ ଇସ୍ପାତ କ୍ଲଷ୍ଟରର ବିସ୍ତୃତ ଯୋଜନା ସମ୍ପର୍କରେ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇସ୍ପାତ, ସଡକ ପରିବହନ ଓ ରାଜମାର୍ଗ ଏବଂ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ସେଲ ତଥା ଭିଲାଇ ଇସ୍ପାତ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ।

ଏହି ଇସ୍ପାତ କ୍ଲଷ୍ଟର ବିକଶିତ ହେଲେ ସମ୍ପୃକ୍ତ ଅଞ୍ଚଳର ଏମଏସଏମଇ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ମିଳିବା ସହ ଅଧିକ କର୍ମସଂସ୍ଥାନ ସୃଷ୍ଟି ହେବ ଓ ସ୍ଥାନୀୟ ଅର୍ଥନୀତି ସୁଦୃଢ ହୋଇପାରିବ। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଆହ୍ୱାନର ଏକ ଅଂଶବିଶେଷ ଭାବେ ଏହା ମଧ୍ୟ କାର୍ଯ୍ୟ କରିବ।

ଦୁର୍ଗ ଜିଲ୍ଲାରେ ଥିବା ଇସ୍ପାତ ଫେବ୍ରିକେଟରର ସମସ୍ତ ଆବଶ୍ୟକତା ପୂରଣ କରିବା ସହ ସେଥିରେ ଥିବା ସମସ୍ତ ବାଧାବିଘ୍ନକୁ ହଟାଇବା ପାଇଁ ଶ୍ରୀ ପ୍ରଧାନ ଭିଲାଇ ଇସ୍ପାତ କାରଖାନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ତରଫରୁ ବିଭିନ୍ନ ସ୍ଥାନରେ ତିଆରି କରାଯାଉଥିବା ପୋଲ ଗୁଡିକରେ ରେଳ ବିଭାଗ ଭଳି କିଭଳି ଇସ୍ପାତର ଉପଯୋଗ ହୋଇପାରିବ ତା’ଉପରେ ଉପାୟମାନ ବାହାର କରିବା ନେଇ ବୈଠକରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.