Home ଜିଲ୍ଲା ପରିକ୍ରମା ଇନ୍‌ସ୍ୟୁରାନ୍ସ ଏଜେନ୍ସିରେ କର୍ମଚାରୀଙ୍କୁ ଶୋଷଣ ଅଭିିଯୋଗ

ଇନ୍‌ସ୍ୟୁରାନ୍ସ ଏଜେନ୍ସିରେ କର୍ମଚାରୀଙ୍କୁ ଶୋଷଣ ଅଭିିଯୋଗ

80

ବାଲେଶ୍ୱର, ୧୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ‘ଏକ୍ସାଇଡ୍ ଲାଇଫ୍ ଇନସ୍ୟୁରାନ୍ସ ସଂସ୍ଥା’ର ଅଧିକୃତ ଏଜେନ୍ସି ଦ୍ୱାରା ଶୋଷଣର ଶିକାର ହୋଇ ଚାଲିଥିବା କର୍ମଚାରୀମାନେ ଏବେ ପୁଲିସର ଆଶ୍ରୟ ନେଇଛନ୍ତି। ଏହି ‘ମଞ୍ଜରାକ୍ ମାର୍କେଟିଂ ଏଲଏଲପି ଇନସ୍ୟୁରାନ୍ସ’ ନାମରେ ଏହି ଏଜେନ୍ସି ବାଲେଶ୍ୱର ସହରର ସହଦେବଖୁଣ୍ଟା ଅଞ୍ଚଳରେ ଅଫିସ ଖୋଲିବା ସହ ମାର୍କେଟିଂ ପାଇଁ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ସହର ସମେତ ଗ୍ରାମାଞ୍ଚଳରେ ଲୋକଙ୍କୁ ବୀବାଭୁକ୍ତ କରାଇବା ସହ ସେମାନଙ୍କଠାରୁ ଅର୍ଥ ଆଣି କମ୍ପାନି ଆକାଉଣ୍ଟରେ ଜମା ଦେବା ଏହି କର୍ମଚାରୀଙ୍କର ଦାୟିତ୍ୱ ରହିଛି। ଏହିକ୍ରମରେ ଗତ ଜୁନ୍‌ମାସରେ ସହଦେବଖୁଣ୍ଟା ଅଫିସରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପାୟ ୨୦/୩୦ ଜଣ ଯୁବକ ଯୁବତୀ ନିଯୁକ୍ତି ପାଇଥିଲେ। ଏନେଇ ହୋଇଥିବା ଇଣ୍ଟରଭ୍ୟୁରେ ଦରମା ହାର ଚୁକ୍ତି ସହ ସଂସ୍ଥା ପକ୍ଷରୁ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ବୋଲି ଅଭିଯୋଗକାରୀମାନେ କହିଛନ୍ତି। କର୍ତ୍ତୃପକ୍ଷ ମାସିକ ୮ ହଜାରରୁ ୧୨ ହଜାର ଟଙ୍କା ଦରମା ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ। ତେବେ କାର୍ଯ୍ୟରେ ଯୋଗ ଦେବାର୨ ମାସ ପରେ ବି ସେମାନଙ୍କୁ ନିଯୁକ୍ତିପତ୍ର କିମ୍ବା ଦରମା ମିଳିନଥିଲା। ଏନେଇ ସହଦେବଖୁଣ୍ଟା କାର୍ଯ୍ୟାଳୟର ଅଧିକାରୀ ଓ ଭୁବନେଶ୍ୱର ଅଞ୍ଚଳିକ ଅଧିକାରୀଙ୍କୁ ସେମାନେ ବାରମ୍ବାର ଆପତ୍ତି ଜଣାଇଥିବା କହିଛନ୍ତି। ମାତ୍ର କାମ କର କରୋନା ପାଇଁ ନିଯୁକ୍ତିପତ୍ର ଓ ଦରମା ପ୍ରଦାନରେ ଟିକେ ବିଳମ୍ବ ହେଉଛି ବୋଲି ଅଧିକାରୀମାନେ କହିଥିଲେ। ତେବେ ଅଗଷ୍ଟମାସରେ ନିଯୁକ୍ତିପତ୍ର ନଦେଇ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟରୁ ସେମାନଙ୍କ ଆକାଉଣ୍ଟକୁ ସାଢ଼େ ୩ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ନିଯୁକ୍ତ ପତ୍ର ଓ ଚୁକ୍ତି ଅନୁସାରେ ଦରମା ଦାବି କରିବାରୁ ସେମାନଙ୍କୁ ଅଧିକାରୀମାନେ ନାଲିଆଖି ଦେଖାଇ ଚାଲିଛନ୍ତି। ଏମିତିକି ଏହା ଏକ କମିଶନ ଭିତ୍ତିକ କାର୍ଯ୍ୟ ଅଟେ, ଏଠାରେ କାହାରିକୁ ନିଯୁକ୍ତି ଦିଆଯାଏ ନାହିଁ ବୋଲି ଅଧିକାରୀମାନେ କାର୍ଯ୍ୟରତ ଯୁବକ ଯୁବତୀଙ୍କୁ କହୁଥିବା ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ଆସୁଥିବା ମେଲ୍‌ରେ କମ୍ପାନିର ସର୍ଭିସ କୋଡ୍ ଉଲ୍ଲେଖ ରହୁଥିଲେ ବି ସେମାନଙ୍କୁ ନିଯୁକ୍ତିପତ୍ର ଦିଆଯାଉନାହିଁ। ଅତଏବେ ଏଠାରେ ସେମାନେ ଶୋଷଣର ଶିକାର ହୋଇ ଚାଲିଥିବା ବେଳେ ଲୋକଙ୍କ ଅର୍ଥ ବି ସୁରକ୍ଷିତ ନୁହେଁ ବୋଲି କର୍ମଚାରୀମାନେ କହିଛନ୍ତି। ଏନେଇ ସେମାନେ ସହଦେବଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.