Home ଓଡ଼ିଶା ଜାମ୍ମୁ କାଶ୍ମୀରର କୁଲଗାମରେ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ୍

ଜାମ୍ମୁ କାଶ୍ମୀରର କୁଲଗାମରେ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ୍

77
File Photo

ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର କୁଲଗାମର ନାଙ୍ଗନାଡ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀକୁ ଇନପୁଟ ମିଳିଥିଲା। ଏହାପରେ ଆରମ୍ଭ ହୋଇଥିଲା ଏହି ଏନକାଉଣ୍ଟର।

ଶୁକ୍ରବାର ସକାଳେ ଜାମ୍ମୁ କାଶ୍ମୀରର କୁଲଗାମରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

ରିପୋର୍ଟ ଅନୁସାରେ, କୁଲଗାମର ନାଗନାଡ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଶୁକ୍ରବାର ସକାଳେ ସୁରକ୍ଷା ବାହିନୀ ଦ୍ୱାରା ଏକ ଅପରେସନ୍ ଆରମ୍ଭ କରାଯାଇଥିଲା।

ନିହତ ଆତଙ୍କବାଦୀଙ୍କ ପାଖରୁ ଗୋଟିଏ ରାଇଫଲ ଉଦ୍ଧାର କରାଯାଇଥିବା ପୋଲିସ କହିଛି ଯେ ଏନକାଉଣ୍ଟର ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.