Home Top News ଇଂଜିନିୟରିଂ, ମେଡିକାଲ କଲେଜ ପରି ଉଚ୍ଚଶିକ୍ଷାରେ ସଂରକ୍ଷଣ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଇଂଜିନିୟରିଂ, ମେଡିକାଲ କଲେଜ ପରି ଉଚ୍ଚଶିକ୍ଷାରେ ସଂରକ୍ଷଣ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

42

ଭୁବନେଶ୍ବର ୭-୧ (ଓଡ଼ିଆ ପୁଅ) : ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷାରେ ସଂରକ୍ଷଣ ପ୍ରସଙ୍ଗରେ କ୍ୟାବିନେଟ ନିଷ୍ପତ୍ତି ପରେ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ସଂରକ୍ଷଣ ପାଇଁ ଆବଶ୍ୟକୀୟ ସୁପାରିଶ କରିବେ ଏହି ଉଚ୍ଚ କ୍ଷମତା ସଂପନ୍ନ କମିଟି। ଏହି କମିଟିରେ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ ମିଶ୍ର ଏହି କମିଟିର ଅଧ୍ୟକ୍ଷ ହେବେ। କମିଟିରେ ୫ ଜଣ ସଦସ୍ୟ ରହିବେ।

ଉତ୍କଳ ୟୁନିଭର୍ସିଟିର ପୂର୍ବତନ ଭିସି ଅଶୋକ କୁମାର ଦାସ, ପ୍ରଫେସର ସିବିକେ ମହାନ୍ତି, ଆଇଏଏସ ଭୂପିନ୍ଦର ପୁନିଆ, ଜି.ରେଘୁ କମିଟିର ସଦସ୍ୟ ରହିବେ। ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଏ.କେ ନାୟକ କମିଟିର ଆବାହକ ରହିବେ।।

ସୂଚନାଯୋଗ୍ୟଯେ, ପୂର୍ବରୁ ରାଜ୍ୟ କ୍ୟାବିନେଟରେ ସଂରକ୍ଷଣ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିପାଇଁ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରାଯିବ ବୋଲି ସୂଚନା ମିଳିଥିଲା। ଏବେ ଏହି କମିଟି ୩ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। କିଛି ଦିନ ତଳେ ରାଜ୍ୟ ସରକାର ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ଇଂଜିନିୟରିଂ ଓ ମେଡିକାଲ କଲେଜରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ନିଷ୍ପତି ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.