Home ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

158

ଭୁବନେଶ୍ଵର,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ଆସୁଛନ୍ତି ଉପରାଷ୍ଟ୍ରପତି । ଆଜି ଓଡିଶା ଗସ୍ତରେ ଆସୁଛନ୍ତି ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ । ତେବେ ଭୁବନେଶ୍ବରରେ ଚାଲିଥିବା ବିଶ୍ବ କବି ସମ୍ମିଳନୀ ଓ କଟକରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶା ଆସୁଛନ୍ତି ଉପ ରାଷ୍ଟ୍ରପତି । ସୂଚନା ଅନୁସାରେ, ଆଜି ସକାଳ ୧୦. ୪୫ରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ ବିଶ୍ବ କବି ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦେଇ  ପରେ ରାଜଭବନ ଫେରିବେ ଏବଂ ମଧ୍ୟାହ୍ନ ଭୋଜନ ପରେ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ସେ ଦିଲ୍ଲୀ ଫେରିଯିବାକୁ କାର୍ଯ୍ୟକ୍ରମ ରହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.