Home ଜିଲ୍ଲା ପରିକ୍ରମା ଆସିଆନା ମୁକ୍ତାଶ୍ରୟ ଗୃହର ପରିଚାଳନା କମିଟି ବୈଠକ

ଆସିଆନା ମୁକ୍ତାଶ୍ରୟ ଗୃହର ପରିଚାଳନା କମିଟି ବୈଠକ

26

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଶିଶୁବିକାଶ ବିଭାଗ ଦ୍ୱାରା ପ୍ରାୟଜିତ ସୋସାଇଟି ଫର ଉଇକର କମିନ୍ୟୁଟି ଦ୍ୱାରା ପରିଚାଳିତ ଆସିଆନା ମୁକ୍ତାଶ୍ରୟ ଗୃହର ପରିଚାଳନା କମିଟି ବୈଠକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ତଥା ଗୃହର ନୂତନ ସଦସ୍ୟ ଭାବେ ଡକ୍ଟର ଦେବରାଜ ପାଣିଗ୍ରାହୀ ଏବଂ ଆମନ୍ତ୍ରିତ ଅତିଥି ଭାବେ କିଶୋର ନ୍ୟାୟ ପରିଷଦର ସଦସ୍ୟା ମାଳବିକା ରଥ ଯୋଗଦେଇଥିଲେ। ଏହି ବୈଠକରେ ଗୃହର ନଥିପତ୍ର ସଦସ୍ୟଙ୍କ ଦ୍ୱାରା ତଦନ୍ତ କରାଯିବା ସଙ୍ଗେ ସଙ୍ଗେ ଗୃହରେ ଥିବା ସମସ୍ତ କୋଠରୀ ଯଥା ଅନ୍ତେବାସୀମାନଙ୍କର ଆସବାପତ୍ର, ରୋଷେଇ ଗୃହ, ଆହାର ଗୃହ, ବିଦ୍ୟାଅଧ୍ୟୟନ ଗୃହଗୁଡ଼ିକୁ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ବୈଠକରେ ଅନ୍ୟ ସଦସ୍ୟ ତାଜ୍ ମହମ୍ମଦ୍ ଖାନ୍‌, ଜିଲ୍ଲା ଶିଶୁମଙ୍ଗଳ କମିଟିର ଏ.ଡ଼ି.ଓ. ମନୋଜ ସାହୁ, ମୁକ୍ତାଶ୍ରୟର କର୍ମକର୍ତା ରିଆଜ ଅହମ୍ମଦ, ଭାଗ୍ୟଶ୍ରୀ ମହାକୁଡ଼, ବିକାଶ ରାଉତ, କାଦମ୍ବିନି ଜେନା, ମମତା ମଲ୍ଲିକ ଏବଂ ଚିଲ୍‌ଡ଼୍ରେନ୍ କମିଟିର ପ୍ରତିନିଧିମାନେ ଯୋଗଦେଇଥିଲେ। ପ୍ରାରମ୍ଭରେ ମୁକ୍ତାଶ୍ରୟ କେନ୍ଦ୍ରର ସଂଯୋଜକ ସମ୍ବିଦ୍ ମହାନ୍ତି ପୂର୍ବ ପ୍ରସ୍ତାବ ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ନିଷ୍ପତିହେଲା ଯେ ଆଗାମୀ ଦିନରେ ଅନ୍ତେବାସୀମାନଙ୍କୁ ନେଇ ଏକ ପିକ୍‌ନିକ୍‌ର ବ୍ୟବସ୍ଥା କରାଯିବ ଏବଂ ଅଧିକ ଦିନ ରହିଯାଇଥିବା ପିଲାଙ୍କର ଥଇଥାନର ବ୍ୟବସ୍ଥା କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.