Home ଜିଲ୍ଲା ପରିକ୍ରମା ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

17

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅର୍ଜୁନପୁର ପଞ୍ଚାୟତ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତା ଆରମ୍ଭରେ ସରପଞ୍ଚ ସରିତା ମହାନ୍ତି ଓ ସମିତି ସଭ୍ୟ ବିଦ୍ୟାଧର ରାଉତ କ୍ରୀଡା ପତାକା ଉତ୍ତୋଳନ କରି ପ୍ରତିଯୋଗିତା ଆରମ୍ଭ କରିଥିଲେ। ଖୋଖୋ, କବାଡି, ଭଳିବଲ, ଓ ଫୁଟବଲ ଆଦି ପ୍ରତିଯୋଗିତାରେ ଜୟ କିଷାନ ହାଇସ୍କୁଲର ୭୮ଜଣ ବାଳକ ଓ ୩୨ଜଣ ବାଳିକା ମିଶି ମୋଟ ୧୧୦ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ। ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅର୍ଜୁନପୁର ସରପଞ୍ଚ ସଭାପତିତ୍ୱ କରିଥିବା ବେଳେ, ଜୟ କିଷାନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ମୁଖ୍ୟ ଅତିଥି, ଆଲୋକ କୁମାର ପରିଡା, ଅକ୍ଷୟ ନାୟକ ସମ୍ମାନନୀୟ ଅତିଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଘନଶ୍ୟାମ ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀ ସୌମ୍ୟରଞ୍ଜନ ରାୟ, ପ୍ରିୟଙ୍କା ମହାନ୍ତି (କବାଡି), ଅଭିଷେକ ନାୟକ, (ଭଲି) ଦିବ୍ୟଜ୍ୟୋତି ଖୁଣ୍ଟିଆ (ଫୁଟବଲ ) ଖେଳରେ ବ୍ଲକ ସ୍ତରକୁ ମନୋନୀତ ହୋଇଥିବା ଖେଳାଳି ମାନଙ୍କୁ ପୁରସ୍କାର ମାଧ୍ୟମରେ ଉତ୍ସାହିତ କରିଥିଲେ। ଆଜିର ଏହି କ୍ରୀଡା ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ଦୀପକ ପଣ୍ଡା, ମାନସ ନାୟକ, ଦିଲ୍ଲୀପ କୁମାର ରାଉତ ପରିଚାଳନା କରିଥବା ବେଳେ ଜେ. କେ. ହାଇସ୍କୁଲର ଶିକ୍ଷକ ନିରୋଦ ନାୟକ, ସନ୍ତୋଷ ଦୁଆରି, ରାମସିଂ ଟୁଡୁ, ଚନ୍ଦ୍ରମୋହନ ମାଝୀ, ବିଶ୍ୱଜିତ ମହାନ୍ତି, ବିଜୟ ଗୋଛାୟତ, ପ୍ରେମଲତା ନାୟକ ଓ ଜ୍ୟୋସ୍ନାରାଣୀ ନାୟକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.