Home ଜିଲ୍ଲା ପରିକ୍ରମା ବିଶ୍ୱ ହକି କପ୍ ଟ୍ରଫିର ଜିଲ୍ଲା ପରିକ୍ରମା, ଚୂଡ଼ାନ୍ତ ପ୍ରସ୍ତୁତି ନେଇ ଜଲ୍ଲାପାଳଙ୍କ ସମୀକ୍ଷା ବୈଠକ

ବିଶ୍ୱ ହକି କପ୍ ଟ୍ରଫିର ଜିଲ୍ଲା ପରିକ୍ରମା, ଚୂଡ଼ାନ୍ତ ପ୍ରସ୍ତୁତି ନେଇ ଜଲ୍ଲାପାଳଙ୍କ ସମୀକ୍ଷା ବୈଠକ

25

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ ଆୟୋଜିତ ହେଉଥିବା ବିଶ୍ୱ ପୁରୁଷ ହକି କପ୍ ପାଇଁ ଟ୍ରଫିର ଜିଲ୍ଲା ପରିକ୍ରମା କାର୍ଯ୍ୟସୂଚୀ ଅନୁଯାଇ ଭଦ୍ରକ ଜିଲ୍ଲା ପାଇଁ ଦିନ ଯେତିକି ପାଖେଇ ଆସୁଛି ଜିଲ୍ଲା ପ୍ରଶାସନ ସେତିକି ତତ୍ପର ହେଉଥିବା ଜଣାଯାଉଛି। ପ୍ରଶାସନ ଓ ଜିଲ୍ଲାବାସୀଙ୍କ ତରଫରୁ ଟ୍ରଫିକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ସମ୍ବନ୍ଧରେ ପୂର୍ବରୁ ୨ଥର ବୈଠକ ଅନୁଷ୍ଠିତ ହୋଇସାରିଛି। ଚୁଡ଼ାନ୍ତ ପ୍ରସ୍ତୁତି ନେଇ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଦାୟିତ୍ୱ ଅର୍ପଣ କରାଯାଇଥିବା ଜିଲ୍ଲାସ୍ତରୀୟ ଅଧକାରୀମାନଙ୍କୁ ନେଇ ଜିଲ୍ଲାପାଳ ପୂର୍ଣର୍ ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରିଥିଲେ। ଏଥିପାଇଁ ନୋଡ଼ାଲ ଅଧିକାରୀ ଭାବେ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ରମର ରୂପରେଖ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅନୁଯାୟୀ ଟ୍ରଫିକୁ ଜାନୁୟାରୀ ୮ ତାରିଖ ସନ୍ଧ୍ୟାରେ ମଇତାପୁର ଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ବାଲେଶ୍ୱର ଜିଲ୍ଲା ପ୍ରଶାସନ ଠାରୁ ଗ୍ରହଣ କରାଯାଇ ସର୍କିଟ୍ ହାଉସ୍ କୁ ନିଆଯିବ।

ସେଠାରେ ରାତ୍ର ରହଣି ପରେ ୯ ତାରିଖ ସକାଳେ ବାସୁଦେବପୁର ଗସ୍ତ ଓ ପରିକ୍ରମା ରୁ ପ୍ରତ୍ୟାବର୍ତ୍ତନ ସମୟରେ ଭଦ୍ରକ କଲେଜରେ ସ୍ୱାଗତ ଉତ୍ସବ ଜରିଆରେ ଗ୍ରହଣ କରାଯିବ। ପରେ ପରେ ଟ୍ରଫିକୁ ଅପର୍ତ୍ତିବିନ୍ଧା ଛକରୁ ବିଶାଳ ଶୋଭାଯାତ୍ରା ଜରିଆରେ ମୁଖ୍ୟ ସ୍ୱାଗତ ଉତ୍ସବସ୍ଥଳୀ ନେହେରୁ ଷ୍ଟାଡ଼ିୟମ୍‌କୁ ପାଛୋଟି ନିଆଯିବ। ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା, ରଙ୍ଗୋଲି, ଝୋଟି. ପେଣ୍ଟିଂ, ବାଲୁକା କଳା, ଡ଼ଗ୍‌ସୋ, ଫେଟୋସୁଟ୍‌, ସେଲଫି ପଏଣ୍ଟ ଆଦି ଜରିଆରେ ଟ୍ରଫିକୁ ବିଭିନ୍ନ ଅନୁଷ୍ଠାନ, ସବୁବର୍ଗର ଲୋକ, ସାଧାରଣ ଜନତାଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ସ୍କୁଲ କଲେଜର ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌, ଓକିଲ, ସାମ୍ବାଦିକ, ବରିଷ୍ଠ ନାଗରିକ ଆଦି ବିଭିନ୍ନ ବର୍ଗର ଲୋକେ ବହୁ ସଂଖ୍ୟାରେ ଏଥିରେ ସାମିଲ ହେବା ପାଇଁ କୁହାଯାଉଛି। ସୋମାନଙ୍କ ତରଫରୁ ଟ୍ରଫିକୁ ସ୍ୱାଗତ କରିବା ସହ ଟ୍ରଫି ସହ ଫଟୋସୁଟ୍ ପାଇଁ ମଧ୍ୟ ସୁଯୋଗ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ଷ୍ଟାଡ଼ିୟମ୍ ରୁ ଟ୍ରଫିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରବେଶ ପଥ ନିକଟସ୍ଥ ରାସ୍ତା ପାଶ୍ୱର୍ରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ୱାଗତ କରାଯିବ। ସ୍ୱତନ୍ତ୍ର ଭାବେ ବରିଷ୍ଠ ନାଗରିକ ମହାସଂଘ, ରୋଟାରୀ କ୍ଲବ୍‌, ରୋଟାରୀ କ୍ଲବ୍ ମିଡ଼୍ ଟାଉନ, ଲାୟନସ୍ କ୍ଲବ୍ ଭଦ୍ରକ ଦ୍ୱାରା ମଧ୍ୟ ସ୍ୱାଗତ କରାଯିବ ଏବଂ ତାପରେ ଦିବା ୧୧ଟାରେ ଟ୍ରଫି ଭଣ୍ଡାରିପୋଖରୀ ପରିକ୍ରମା ପୂର୍ବକ ୧୨ଟା ୧୫ ମଧ୍ୟରେ ଯାଜପୁର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ। ସୂଚନାଯୋଗ୍ୟକି ଏଥି ଉପଲକ୍ଷେ ସକାଳ ୭ଟାରେ ଗାନ୍ଧୀ ପଡ଼ିଆରୁ ନେହେରୁ ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ମିନି ମାରାଥନ୍ ସହ ସାଇକେଲ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.