Home ଓଡ଼ିଶା ଆସାମର ବିଜେପି ଅଧ୍ୟକ୍ଷ ନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେଷକ ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ : ଆସାମରେ ଦଳର...

ଆସାମର ବିଜେପି ଅଧ୍ୟକ୍ଷ ନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେଷକ ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ : ଆସାମରେ ଦଳର ସଂଗଠନ ବୃଦ୍ଧି ଓ ଜନସମର୍ଥନ ଆହୁରି ବଢିବ -ଧର୍ମେନ୍ଦ୍ର ପ୍ରଧାନ

203

ଆସାମ/ଭୁବନେଶ୍ୱର, ଜାନୁଆରୀ ୧୮ (ଓଡ଼ିଆ ପୁଅ) – କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆସାମ ରାଜ୍ୟ ଗସ୍ତ କରି ବିଜେପିର ଅଧ୍ୟକ୍ଷ ନିର୍ବାଚନରେ ଯୋଗଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଆସାମ ରାଜ୍ୟର ବିଜେପି ସଭାପତି ଭାବେ ମୋନନୀତ ରଞ୍ଜିତ କୁମାର ଦାସଙ୍କୁ ଅଭିନନ୍ଦନ ଜଣାଇବା ସହ ଆସାମରେ ଦଳର ସଂଗଠନ ବୃଦ୍ଧି ଓ ଜନସମର୍ଥନ ଆହୁରି ବଢିବ ବୋଲି ମତବ୍ୟକ୍ତ କରିଛନ୍ତି।

ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟରରେ କହିଛନ୍ତି ଯେ ଯୁବ ଏବଂ ଦକ୍ଷତାସମ୍ପନ୍ନ ରଞ୍ଜିତ କୁମାର ଦାସଙ୍କୁ ପୁନର୍ବାର ଆସାମର ବିଜେପି ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବାରୁ ତାଙ୍କୁ ହାର୍ଦ୍ଦିକ ଶୁଭକାମନା। ତାଙ୍କର ଅନୁଭବ ଏବଂ ସାଂଗଠନିକ ଦକ୍ଷତା ଦ୍ୱାରା ଉକ୍ତ ରାଜ୍ୟରେ ବିଜେପିର ଲୋକପ୍ରିୟତା ବଢିବ।

ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏବଂ ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଆସାମରେ ବିଜେପି ମଜବୁତ୍ ହୋଇଛି ଏବଂ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି। ଆସାମ ସମେତ ସାରା ପୂର୍ବ-ଉତର ରାଜ୍ୟ ଗୁଡିକରେ ବିଜେପିର ଲୋକପ୍ରିୟତା ଓ ଦଳୀୟ ସଂଗଠନ ବୃଦ୍ଧି ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ପୂର୍ବ-ଉତର ରାଜ୍ୟ ଗୁଡିକରେ ଦଳୀୟ ସଂଗଠନକୁ ଆହୁରି ମଜବୁତ୍ କରିବାର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ ଏହି ଅବସରରେ ଶ୍ରୀ ପ୍ରଧାନ ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲଙ୍କୁ ଭେଟିବା ସହ ରାଜ୍ୟରେ ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ସମୀକ୍ଷା କରିବା ସହ ଏହାର ଭିତିଭୂମି ଉପରେ ଗୁରୁତ୍ୱ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.