Home ଜିଲ୍ଲା ପରିକ୍ରମା ଗତୀଶ୍ୱର କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ

ଗତୀଶ୍ୱର କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ

100

ନୟାଗଡ଼, ୧୮ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀଶ୍ୱର ଡିଗ୍ରୀ ମହାବିଦ୍ୟାଳର ବାର୍ଷିକ କ୍ରୀଡ଼ା ଉତ୍ସବ ମହାବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର କର ମୁଖ୍ୟଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଏହାକୁ ଉଦ୍‌ଘାଟନ କରିଥିବାବେଳେ ଯୁକ୍ତ ୨ର ଖେଳ ଶିକ୍ଷକ କୃଷ୍ଣଚନ୍ଦ୍ର ରାଉତ ଓ ଯୁକ୍ତ ତିନିର ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ମିଳିତ ଭାବେ ଖେଳକୁ ପରିଚାଳନା କରିଥିଲେ।

ଏଥିରେ ଅନ୍ୟତମ ଅତିଥିଭାବେ ଅଧ୍ୟାପକ ଜଗନ୍ନାଥ ପଟ୍ଟନାୟକ, ସୁଶାନ୍ତ କୁମାର ମାଝି, ପ୍ରମୋଦ ପ୍ରଧାନ ପ୍ରମୁଖ ଯୋଗଦେଇ କ୍ରୀଡ଼ାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀମାନଙ୍କୁ ଦୁଇଟି ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କ ମଧ୍ୟରେ କ୍ରିକେଟ, କବାଡ଼ି, ଭଲି, ଫୁଟବଲ୍ ଆଦି ଖେଳ କରାଯାଇଥିଲା। ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ହୋଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। କୃତି ଖେଳାଳୀମାନଙ୍କୁ ମୁଖ୍ୟଅତିଥି ଅଧ୍ୟକ୍ଷ ଶ୍ରୀ କର ପୁରଷ୍କୃତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.