Home ଓଡ଼ିଶା ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ: ବୁଦ୍ଧିଜୀବୀଙ୍କୁ ବିଶ୍ୱାସକୁ ନିଆଯାଉ

ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ: ବୁଦ୍ଧିଜୀବୀଙ୍କୁ ବିଶ୍ୱାସକୁ ନିଆଯାଉ

166

ଭୁବନେଶ୍ୱର, ୧୮ା୧ (ଓଡ଼ିଆ ପୁଅ) : ଶ୍ରୀମନ୍ଦିର ସୁରକ୍ଷା ଏବଂ ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଶ୍ରୀକ୍ଷେତ୍ର ସାଙ୍ଗୀ ବାର୍ଷିକ ଅଧିବେଶନରେ ସ୍ୱାଗତ କରାଯାଇଥିଲେ ହେଁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ବରିଷ୍ଠ ବୁଦ୍ଧିଜୀବୀଙ୍କୁ ବିଶ୍ୱାସକୁ ନେବା ଏବଂ ସେମାନଙ୍କର ମତାମତ ଶୁଣିବା ଲାଗି ଅନୁରୋଧ କରାଯାଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ମର୍ମରେ ମୁଖ୍ୟମନ୍ତ୍ରୀ, ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ସୁପ୍ରିମକୋର୍ଟଙ୍କ ଅବଗତ ନିମନ୍ତେ ସ୍ମାରକପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର ଉତ୍ତରା-ସାରଦେଇପୁରସ୍ଥିତ ପୂର୍ତ୍ତ ଡାକବଙ୍ଗଳାରେ ଶ୍ରୀକ୍ଷେତ୍ର ସାଙ୍ଗୀର ବାର୍ଷିକ ଅଧିବେଶନ ସଭାପତି ମହେନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉପସଭାପତି ଧର୍ମପ୍ରସାଦ ମିଶ୍ର ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ଦେବା ପରେ ସଂପାଦକ ରମାବଲ୍ଲଭ ମହାପାତ୍ର ବାର୍ଷିକ ବିବରଣୀ ପାଠ, ଯୁଗ୍ମ ସଂପାଦକ ଚିତ୍ତରଂଜନ ମହାନ୍ତି ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ। ଏହି ଅଧିବେଶନରେ ୨୦୨୦-୨୨ ବର୍ଷ ପାଇଁ ଅନୁ୍‌ଷ୍ଠାନର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ମହେନ୍ଦ୍ର ମିଶ୍ର ଏବଂ ଧର୍ମପ୍ରସାଦ ମିଶ୍ର ଯଥାକ୍ରମେ ସଭାପତି ଓ ଉପସଭାପତି ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ପାଇଁ ଭୁବନେଶ୍ୱର ମହାନଗରନିଗମ, ପୁରୀ ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ସମାଜ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ଅନେକ ପ୍ରସ୍ତାବ ଗୃହୀତ ହୋଇଥିଲା। ପଦ୍ମଭୂଷଣ ତଥା ରାଜ୍ୟସଭା ସଦସ୍ୟ ରଘୁନାଥ ମହାପାତ୍ର ଓ ଉମାବଲ୍ଲଭ ମହାପାତ୍ର, ବ୍ରଜକିଶୋର ମିଶ୍ର, ପୁରୀ ସହର, ଶ୍ରମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଶ୍ରୀଜଗନ୍ନାଥ ସଂସ୍କୃତି ବଜାୟ ରଖିବାକୁ ଉପାଦେୟ ପ୍ରସ୍ତାବ ଦେଇଥିଲେ। ଅଧିବେଶନ ଶେଷରେ ଉପସଭାପତି ସନ୍ତୋଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଡ. ଚିତ୍ତରଂଜନ ପାଣି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ମହେନ୍ଦ୍ର ମିଶ୍ରଙ୍କ ୮୦ତମ ଜନ୍ମଦିନ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଦେବବ୍ରତ ରଥ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଦେବୀପ୍ରସାଦ ମହାନ୍ତି ଓ ଅଦୈତ ଚରଣ ସେନାପତି ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.