Home ଜିଲ୍ଲା ପରିକ୍ରମା ଆରଡି ଏସବିଆଇ ଶାଖାରେ ଗ୍ରାହକଙ୍କୁ ମରଣାନ୍ତକ ଆକ୍ରମଣ, ଛାତ୍ର ବୃତି ଟଙ୍କା ଉଠାଇବାକୁ ଆସି ମାଡ଼...

ଆରଡି ଏସବିଆଇ ଶାଖାରେ ଗ୍ରାହକଙ୍କୁ ମରଣାନ୍ତକ ଆକ୍ରମଣ, ଛାତ୍ର ବୃତି ଟଙ୍କା ଉଠାଇବାକୁ ଆସି ମାଡ଼ ଖାଇଲେ ଗ୍ରାହକ

6

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡି ପୀଠରେ ଥିବା ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ) ଶାଖାରେ ଗ୍ରାହକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ବ୍ୟାଙ୍କର କ୍ୟାସିୟର। ଘଟଣା ଅନୁଯାୟୀ ଜଣେ କଲେଜ ଛାତ୍ରୀ ତାର ବୃତିଟଙ୍କା ଉଠାଇବା ପାଇଁ ଭାଇ ସହ ଆସି ଧାଡ଼ିରେ ଛିଡ଼ା ହୋଇଥିଲେ। ବ୍ୟାଙ୍କ ଖାତାରୁ ୮ହଜାର ଟଙ୍କା ଉଠାଇବା ପାଇଁ ଫର୍ମ ପୂରଣ କରି କ୍ୟାସିୟର ଜିତେନ୍ଦ୍ର ପ୍ରସାଦ ଦାସଙ୍କୁ ଦେବାରୁ ୧୦ହଜାର ଟଙ୍କା ତଳକୁ ଉଠାଇ ହେବ ନାହିଁ ବୋଲି କହିବା ସହ ଆକାଉଂଟ ଖାତା ଅପଡେଟ କରିବା ପାଇଁ କହିଥିଲେ। ଛାତ୍ରୀର ଭାଇ ଶୁଭଙ୍କର ନାୟକ ଖାତା ଅନ୍ୟ ଏକ କାଉଂଟରରେ ଆକାଉଂଟ ଠିକ ଥିବା ଜାଣିବାକୁ ପାଇବା ପରେ ପୁର୍ନବାର କ୍ୟାସିୟର ଶ୍ରୀ ଦାସଙ୍କୁ ଜଣାଇଥିଲା। କ୍ୟାସିୟର ଶ୍ରୀ ଦାସ ବାରମ୍ବାର କାହିଁକି ଆସୁଛ ବୋଲି କହିବା ସହ ରାଗିଯାଇ ଏକ ଲୁହାରଡରେ ବାଡେଇବାରୁ ଅଳ୍ପକେ ବର୍ତିଯାଇଥିଲେ ଛାତ୍ର ଶୁଭଙ୍କର। ଏପରିକି ଉକ୍ତ ଲୁହାରଡକୁ ବ୍ୟାଙ୍କ ସିକ୍ୟୁରିଟ ଜବତ କରିବା ପରେ ଜୋତା ଆଦି ମଧ୍ୟ ପକାଇବାକୁ ପଛାଇନଥିଲେ କ୍ୟାସିୟର । କ୍ୟାସିୟର ଏପରି ଫିଙ୍ଗିବା ଫଳରେ ଗ୍ରାହକମାନେ ବ୍ୟାଙ୍କ ଛାଡ଼ି ପଳାଇଥିଲେ। ଏପରିକି କ୍ୟାସିୟର ଜଣକ ତାଣ୍ଡବ କରିଥିଲେ ମଧ୍ୟ ପରିଚାଳକ ଓ ଅନ୍ୟ କର୍ମଚାରୀ ନିରବଦ୍ରଷ୍ଟା ସାଜିଥିଲେ। ପରେ ଆକ୍ରମଣରେ ଶିକାର ହୋଇଥିବା ଶୁଭଙ୍କର ଓ ତାଙ୍କ ଭଉଣୀ ନିକଟସ୍ଥ ଆରଡି ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବାର ୩୬ଘଂଟା ବିତିଯାଇଥିଲେ ମଧ୍ୟ ପୁଲିସ ଚୁପ୍ ବସିବା ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏପରିକି ଅଭିଯୋଗକାରୀ ଓ ତାଙ୍କର ବାପାଙ୍କୁ ବ୍ୟାଙ୍କର ଦଲାଲଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଧମକ ଦିଆଯାଉଥିବା ଶୁଭଙ୍କର କହିଛନ୍ତି। ଯଦି ବ୍ୟାଙ୍କ କ୍ୟାସିୟରଙ୍କ ପ୍ରତି କୈଣସି ପଦକ୍ଷେପ ନିଆଯାଏ ତାହାଲେ ପରିବାର ସହ ଧାରଣାରେ ବସିବେ ବୋଲି ଶୁଭଙ୍କର କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.